ଦଶମନ୍ତପୁରରେ ମାଣ୍ତିଆ ଦିବସ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ନିକଟସ୍ଥ ହାଇସ୍କୁଲ ପଡିଆ ପରିସର ଠାରେ ଆଜି ମାଣ୍ତିଆ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଏମ୍ ବି କେ, ସିଆର୍ପି, ଏସ୍ଏଚଜି ମହିଳାମାଙ୍କ ଦ୍ଵାରା ମାଣ୍ତିଆକୁ ନେଇ ପ୍ରାୟ ୨୩ରୁ ଅଧିକ ପ୍ରକାର ଖାଦ୍ୟ ଜିନିଷ ମାନ ପ୍ରସ୍ତୁତ କରାଯାଇ ଆଜିର ମାଣ୍ତିଆ ଦିବସରେ ପାଳନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସବାଇ ମୁଦୁଲି ଓ ଦଶମନ୍ତପୁର ସମିତି ସଭ୍ୟ ମଧୁସ୍ମିତା ବାଘ ଏବଂ ଚିକାମ୍ବ ସରପଞ୍ଚ ସାଇବେଣି ଜାନୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତିର ବିପିସି ବନମାଳି ଖୋସ୍ଲା, ଅଙ୍ଗନବାଡି ସୁଫଭାଇଜର, ସ୍ଥାନୀୟ ଅତିରିକ୍ତ ଲ୍ୟାମ୍ପସ୍ ଅଧିକାରୀ କୈଲାସ ଗରଡା ଇତ୍ୟାଦି ଯୋଗ ଦେଇଥିଲେ I ଏହାକୁ ଆୟୋଜନ କରିଥିଲେ ବ୍ଳକ ଏଗ୍ରିକେଲ୍ଚର ଅଧିକାରୀ ମହେଶ୍ୱର ପାଢୀ ଏବଂ ଧାନ୍ଫାଣ୍ଡେସନର ପିଇସି ତଥା ବିପିସି ମନିସ୍ ଧକାଡ I ଏମାନେ କହିଥିଲେ କି ଯେଉଁ ମାନେ ମାଣ୍ତିଆ ଚାଷ କରି ୧୮ ଟଙ୍କା ବଜାରରେ ବିକୁଥିବା ବେଳେ କିନ୍ତୁ ଯଦି ଯେଉଁମାନେ ଲ୍ୟାମ୍ପସ୍ ଠାରେ ପୁଞ୍ଜିକରଣ କରିଥିବ ତାହା ହେଲେ ୩୬ ଟଙ୍କା ବିକିପାରିବେ ବୋଲି ପ୍ରକାଶ କରିଥିଲେ I ଏହାକୁ ସହଯୋଗ କରିଥିଲେ ଧାନ୍ଫାଣ୍ଡେସନର ପ୍ରଶାନ୍ତ କୁଲଦୀପ ଏବଂ ତାହାଙ୍କ କର୍ମକର୍ତ୍ତାଗଣ I ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମ ଆଶିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରି ଶେଷରେ କାର୍ଯ୍ୟକ୍ରମ କୁ ପରିସମାପ୍ତି କରାଯାଇଥିଲା I