ବାର୍ନ୍ଦାପଡ଼ା ଆନନ୍ଦେସ୍ୱର ମନ୍ଦିର ପରିସରରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା  ହୋମଗାର୍ଡ ସଂଘର ଆଲୋଚନା କ୍ରମେ କାର୍ତ୍ତିକ ପୂର୍ଣ୍ଣିମା  ଉପଲକ୍ଷେ ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ବାର୍ନ୍ଦାପଡ଼ା ଆନନ୍ଦେସ୍ବର ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ ଏବଂ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ଆଲୋଚନା ପ୍ରକାରେ ମୂଖ୍ୟ ଅତିଥି କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଧାୟକ  ଅଙ୍ଗଦ କହଁରଙ୍କ ଉପସ୍ଥିତରେ ବାର୍ନ୍ଦାପଡ଼ା ଫାଣ୍ଡି, ଅଞ୍ଚଳରେ ଥିବା ଆନନ୍ଦେଶ୍ଵର ମନ୍ଦିର ପରିସରରେ ହୋମଗାର୍ଡ ସଂଘ  ତରଫରୁ କିଛି ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଡିସେମ୍ବର ମାସ ତା ୬/୧୨/୨୦୨୨ ରିଖ ହୋମଗାର୍ଡ ଦିବସକୁ ମାନବାଧିକାର ମିସନ ଷ୍ଟେଟ ସଭାପତି ଦିଲ୍ଲିପ କୁମାର ଧଳ, ମହିଳା ଷ୍ଟେଟ ସଭାପତି ଆରତୀ ମଙ୍ଗରାଜ, ଉପସଭାପତି ଜଳନ୍ଦର ବେହେରା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ସମସ୍ତ ପରାମର୍ଶ ଦାତାଙ୍କ ଆଲୋଚନା ଏବଂ ମତାମତ ପ୍ରକାରେ ମୂଖ୍ୟ ଅତିଥି ଭାବରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତରେ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ  କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ଆଲୋଚନା କରି ନିଷ୍ପତ୍ତି ନେଇଛନ୍ତି । ଉପରିସ୍ଥ କାର୍ଯ୍ୟକ୍ରମ କରିବା ପାଇଁ ଖୁବଶୀଘ୍ର ଜିଲ୍ଲା ସ୍ତରୀୟ ବୈଠକର ଆୟୋଜନ କରାଯାଇ ସମସ୍ତ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ଫୁଲବାଣୀ ସହରରେ ବରିଷ୍ଠ ସାମ୍ବାଦିକ ଏବଂ ସମାଜସେବୀଙ୍କୁ ସଂଘର ନୂତନ ପରାମର୍ଶ ଦାତା ଭାବରେ ଚୟନ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ, ଉପସଭାପତି ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ସମ୍ପାଦକ ସପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ପରାମର୍ଶଦାତା ସାମ୍ବାଦିକ ତଥା ( PREAHM ) ଚ୍ୟାର୍ମେନ କମ୍  ଡାଇରେକ୍ଟର୍  କୁନା ଦିଗାଲ, ଗୋଛାପଡ଼ା ଥାନା ହୋମଗାର୍ଡ ସଂଘ ସଭାପତି ଲେବେନ୍ଦ୍ର ଦିଗାଲ, ଉପସଭାପତି ଦୂର୍ଯ୍ୟଶେଖର ମଲିକ, ସମ୍ପାଦକ ପ୍ରଶାନ୍ତ କୁମାର କହଁର, ସହସମ୍ପାଦକ ସୁବାଷ ଚନ୍ଦ୍ର କହଁର, କୋଷାଧ୍ୟକ୍ଷ ସୋମନାଥ ବିନ୍ଧାଣି ଜୟନ୍ତୀ ଚୈଧୁରୀ, ସାଫରିନ୍ ଖାନ୍ ଏବଂ ଗୋଛାପଡ଼ା ଥାନାର ଅନ୍ୟ ହୋମଗାର୍ଡ  ଭାଇମାନେ ମଧ୍ୟ ଉପସ୍ଥିତ ଥଲେ ।