ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରାଣୀ ସମ୍ପଦ ବିକାଶ ବିଭାଗ କନ୍ଧମାଳ ପକ୍ଷରୁ ୭୧ ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ପ୍ରାଙ୍ଗଣରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, କନ୍ଧମାଳ ଡଃ. ଅଶୋକ କୁମାର ତ୍ରିପାଠୀଙ୍କ ଆହ୍ବାନ କ୍ରମେ ଗୋ – ସମ୍ବର୍ଦ୍ଧନା ସପ୍ତାହ ଉତ୍ସବ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀମତୀ ଡଃ.ଅଳକା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, କନ୍ଧମାଳ ଶ୍ରୀମତୀ ନନ୍ଦିନୀ ମଲ୍ଲିକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ସାଲୁଗା ପ୍ରଧାନ ଯୋଗଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଶ୍ରୀ ବସନ୍ତ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କନ୍ଧମାଳ ଶ୍ରୀ ବିଶ୍ଵ ରଞ୍ଜନ ନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ, ଶ୍ରୀମତୀ ସୁଷମା ପ୍ରଧାନ ବ୍ଲକ ଅଧକ୍ଷା ଘୁ ଉଦୟଗିରି ଏବଂ ମୁଖ୍ୟ ବକ୍ତା ଭାବରେ ଶ୍ରୀ ବିଶ୍ୱରାଜ୍ ପଣ୍ଡା ବନଖଣ୍ଡ ଅଧିକାରୀ ବାଲିଗୁଡା ଓ ସଭାପତି ଡଃ ଅଶୋକ କୁମାର ତ୍ରିପାଠୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ କନ୍ଧମାଳ ଡଃ.ରତ୍ନାକର ରାଉତ ଏସ.ଡି.ଭି.ଓ ବାଲିଗୁଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରଥମେ ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ଵାରା ଗୋ-ପୂଜନ କରି ଆରମ୍ଭ କରିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ନୋଡାଲ ଅଫିସର ତଥା ଜିଲ୍ଲା ସଂଯୋଜକ ଡ. ଅଳକା ପଟନାୟକ ମଞ୍ଚାସିନ ଅତିଥି ଓ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗୋ-ମାତାଙ୍କ ବିଷୟରେ ନିଜ ବକ୍ତବ୍ୟରେ ପ୍ରକାଶ କରିବା ସହିତ ଗୋଟିଏ ଗାଇ ଆମକୁ ଜୀବନ ଅତିବାହିତ ନିମନ୍ତେ କିପରି ବିଭିନ୍ନ ବିଷୟରେ ସାହାର୍ଯ୍ୟ କରିଥାଏ ତାହା ବର୍ଣ୍ଣନା କରିଥିଲେ । ଗାଇ ଆମକୁ କ୍ଷୀର ଦେଇଥାଏ, ଚାଷ କରିବାରେ ସାହାର୍ଯ୍ୟ କରିଥାଏ, ତା ସହିତ ଗାଈର ପ୍ରତିଟି ଅଙ୍ଗ କେଉଁ ଉପକାରରେ ଆସିଥାଏ ତାହା ଉତ୍ତମ ଭାବରେ ମୁଖ୍ୟ ବକ୍ତା ପ୍ରକାଶ କରିଥିଲେ । ସ୍ଥାନୀୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପକ୍ଷରୁ ବିଭିଓ ଡଃ.ବିଘ୍ନରାଜ ସ୍ୱାଇଁ, ଏମ ଭି ୟୁ ଅଳକା ଅଭିପ୍ସା ବଳିଆର୍ସିଂହ, ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଶେଷରେ ଦିବା ୩ ରୁ ୪ ଘଣ୍ଟିକା ମଧ୍ୟରେ କୃଷକ ଓ ବୈଜ୍ଞାନିକ ମତ ବିନିମୟ କାର୍ଯ୍ୟକ୍ରମ ହୋଇଥିଲା ।