ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର କଳା ଓ ସଂସ୍କୃତି ପାଇଁ ଦେଶ ବିଦେଶରେ ବେଶ୍ ପରିଚିତ l ଏଠି ବାର ମାସରେ ତେର ପର୍ବ । ଯେଉଁଠି ସବୁ ପରମ୍ପରାକୁ ବେଶ୍ ନିଆରା ରୂପେ ପାଳନ କରାଯାଏ । ସେଥି ମଧ୍ୟରୁ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ମକରଝୋଳ ଗୋଷ୍ଟମି ପର୍ବ ଅନ୍ୟତମ । ଚଳିତ ବର୍ଷକୁ ମିସାଇ ଏହି ପର୍ବକୁ ପ୍ରାୟ ୪୬ ବର୍ଷ ହେଲା ଗ୍ରାମବାସୀ ମାନେ ପାଳନ କରି ଆସୁଛନ୍ତି l ଯେଉଁ ପର୍ବରେ ଗାଇ ବିବାହ ପ୍ରଥା ରହିଆସିଛି l ଯାହା କି ପର୍ବ ଗୋଯାତ୍ରା ଭାବରେ ପରିଚିତ । ଏହି ଯାତ୍ରାରେ ଗାଈ ଏବଂ ଷଣ୍ଢକୁ ବିବାହ କରାଯାଇଥାଏ । ମନୁଷ୍ୟମାନଙ୍କ ରୀତି ନୀତି ଭଳି ଗୋବିବାହ ମଧ୍ୟ ପାଳନ କରାଯାଇଥାଏ । ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ମକରଝୋଳ ଗ୍ରାମର ରଙ୍ଗୁଣି ସାହିରେ ନାମ କୀର୍ତ୍ତନ ସହ ବହୁ ଆଡମ୍ବରରେ ପାଳନ କରାଯାଇଥାଏ । ଏଥିରେ ଗ୍ରାମ ପରିଭ୍ରମଣ କରିବା ସହ ଗୋମାତାଙ୍କୁ ପାଛୋଟି ଅଣାଯାଏ । ଏହା ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ପାଇଁ ବିରଳ ଅଟେ l ଯାହା ମକରଝୋଳ ଗ୍ରାମର କର୍ମକର୍ତ୍ତା ବୃନ୍ଦ ଏହାକୁ ବିଧିବଧ ଭାବେ ପାଳନ କରିଆସିଛନ୍ତି । ଗୋଷ୍ଟମି ପର୍ବ ମାଧ୍ୟମରେ ସମସ୍ତେ ଗୋ ପାଳନ କରନ୍ତୁ ଏବଂ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ପାଇଁ କର୍ମୀ ବୃନ୍ଦ ଅହରହ ଚେଷ୍ଟା କରିଆସୁଛନ୍ତି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ଵ ଭାବେ ସୋମନାଥ ସାହୁ, ଲୋକନାଥ ସାହୁ, ଦୀନବନ୍ଧୁ ସାହୁ, ରଞ୍ଜନ, ଉଦୟ, ଗୌତମ ବଡତ୍ୟ, କ୍ଷେତ୍ର ବାସି ସାହୁ, ବବୁଲ ଓ ଜଗନ୍ ଗ୍ରହଣ କରିଛନ୍ତି l କର୍ମୀ ବୃନ୍ଦ ସମସ୍ତଙ୍କୁ ଅନୁରୋଧ କରିଚନ୍ତି ଯେ ଏହି ଗୋପାଳନ ସମସ୍ତେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଗୋ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ଏବଂ ସରକାରଙ୍କ ଏହାକୁ ଦୃଷ୍ଟି ଗୋଚର ହେଲେ ଗୋମାତା ଲାଳନ ପାଳନ ଠିକ୍ ଭାବେ ହୋଇପାରିବ।