ଦଶମନ୍ତପୁର ବ୍ଲକ ବିଜେଡିର ପଦଯାତ୍ରା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟର ବିକାଶ ଧାରାକୁ ନେଇ ଏବଂ ଆଗାମୀ ଦିନରେ ଯେଉଁ ସବୁ ଉର୍ନ୍ନତି ମୂଳକ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ ସେ ବିଷୟରେ ପ୍ରତ୍ୟକ ରାଜ୍ୟ ବାସୀଙ୍କୁ ଅବଗତ କରାଇବା ଉଦ୍ଧେଶ୍ୟରେ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହିପରି ପେକ୍ଷୀରେ କୋରାପୁଟ ଜ଼ିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଯାନୀଙ୍କ ସଭାପତିତ୍ବରେ ଆଜି ଦଶମନ୍ତପୁର ବ୍ଲକରେ ରହିଥିବା ପେଟ୍ରୋଲ ପମ୍ପ ଠାରୁ ଆରମ୍ଭ କରି ପ୍ରାୟ ତିନି କିଲୋମିଟର ବାଘଚେମା ଆମ୍ବ ଟୋଟା ପର୍ଯ୍ୟନ୍ତ ଏକ ବିଶାଳ ଶୋଭା ଯାତ୍ରାରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତୃବୃନ୍ଦ ଉପସ୍ଥିତ ଦଳୀୟ କର୍ମୀଙ୍କୁ ସରକାରଙ୍କର ୨୦ ବର୍ଷର ଯୋଜନାର ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଦଳୀୟ କର୍ମୀମାନଙ୍କ ମଧ୍ୟରୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଭୁ ଜାନୀ, ବ୍ଲକ ସଭାପତି ମହେନ୍ଦ୍ର କୁଲଦୀପ, ବିଜେଡିର ଜିଲ୍ଲା ଉପ ସଭାପତି ନାରାୟଣ ବିଶୋଇ, ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟୀ, ବ୍ଲକ କାର୍ଯ୍ୟାକାରି ସଭାପତି ରଘୁପତି ବିଶୋଇ, ବ୍ଳକ ଯୁବ ସଭାପତି ଆଶିଷ କୁମାର ଚେଟୀ, ଅରୁଣ ରଥିନାୟକ, ପଦ୍ମନାଭ ଜାନୀ, ପାର୍ଦା କୁଲେସିକା ଏବଂ ଫୁଲବେଡା ସରପଞ୍ଚ ମହେଶ୍ବର ଗାଦବା ପ୍ରମୁଖ ଯୋଗ ଦେଇଥିଲେ । ତାହା ସହ ଅନେକ ବିଜେଡ଼ି କର୍ମୀ ଉପସ୍ଥିତ ରହି ହାତରେ ଦଳୀୟ ପତକା ଧରି ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଇଥିଲେ । ପରିଶେଷରେ ବିଭିନ୍ନ ସ୍ଥାନରୁ ଆସିଥିବା ଶତାବ୍ଦୀକ କର୍ମଚାରୀ ଏବଂ ଲୋକମାନଙ୍କୁ ଆଗାମୀ ଦିନରେ କିପରି ଏହି ଦଳକୁ ମଜବୁତ୍ କରାଯାଇ ପାରିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବିଷୟ ମାନ ଆଲୋଚନା କରାଯାଇ ଏହି ପଦଯାତ୍ରାକୁ ପରି ସମାପ୍ତି କରାଗଲା ।