ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କୋରାପୁଟ ଓ ରାୟଗଡା ରୋଡ ଲାଲବାହାଦୁର ଶାସ୍ତ୍ରୀ ଛକ ନିକଟେ ଆର୍ ସି ସି ଏଫ୍ ଅଫିସ କାର୍ଯ୍ୟ ସମ୍ବିଳନୀ କକ୍ଷରେ ଜିଲ୍ଲାର ଇକୋକ୍ଲବରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ତାଲିମ ଶିବିରରେ ମୁଖ୍ୟ ଅଥିତିଭାବେ ଯୋଗଦେଇ ଥିଲେ ଏ ଉମା ମହେଶ । ଏଥିରେ କୋରାପୁଟ ଜିଲ୍ଲାରେ ରହିଥିବା ୫୧ଟି ଇକୋକ୍ଲବରୁ ଶିକ୍ଷକ ଓ ଶିକ୍ଷୟତୀମାନେ ଯୋଗଦେଇ ଥିଲେ l ଏହା ସହ ବୃକ୍ଷ ରୋପଣ ଓ ପରିବେଶ ସ୍ବଚ୍ଛତା ସଚେତନତା ଉପରେ ପ୍ରଶିକ୍ଷଣ ଦେଇ ସ୍କୁଲକୁ ଫେରିବା ପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇବେ ସଂଗେ ସଂଗେ ବୃକ୍ଷ ପରିବେଶକୁ ନେଇ ଓ ସ୍କୁଲରେ ଗଛଲଗାଇ ପରିବେଶକୁ ସୁରକ୍ଷା ଦେବେ ବୋଲି ଉର୍ମିଲା ପାଢୀ ଡାଙ୍ଗ ଦେଉଲା ସ୍କୁଲର ଶିକ୍ଷୟତୀ କହିଛନ୍ତି । ଜିଲ୍ଲା ଏମଭାରମେଣ୍ଟ ସୋସାଇଟି ତରଫରୁ ଇକୋକ୍ଲବ ଶିକ୍ଷକ ଓ ଶିକ୍ଷୟତୀମାନଙ୍କୁ ନେଇ କାର୍ଯ୍ୟ ଦକ୍ଷତା ତାଲିମ ଶିବିରର ଆୟୋଜନ କରାଯାଇଛି ବୋଲି ସହକାରି ବନ ସଂଗ୍ରହକ ଏ ଉମା ମତରଖିଛନ୍ତି । ଏହାକୁ ପରିଚାଳନା ଓ ସଭାପତିତ୍ବ କରିଥିଲେ ସ୍ଥାନୀୟ କୋରାପୁଟ ଜୋନର ରେଞ୍ଜର ରହିତ କୁମାର ଏବଂ ଏଥିରେ ଯୋଗ ଦେଇଥିଲେ ଜଳନ୍ଦର ତ୍ରିପାଠୀ ଓ ବୈଜ୍ଞାନିକ ମାନସ ଏବଂ ତାଲିମ ନେବାକୁ ଆସିଥିବା ଶତାବ୍ଦୀକ ଶିକ୍ଷକ ଶିକ୍ଷୟତୀ ।