ସୁନାବେଡା ଠାରେ ବିଧାୟକଙ୍କ ଦ୍ଵାରା ସୋଲାର୍ ପାଣି ଟାଙ୍କି ଉଦ୍‌ଘାଟିତ….

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଅନ୍ତର୍ଗତ ସୁନାବେଡା ପୌରପରିଷଦ ଅଧିନସ୍ଥ ଆମ୍ବେଦକର ନଗର ଠାରେ ଆଜି କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ଦ୍ଵାରା ସଲାର୍ ପାଣି ଟାଙ୍କି ୫୦୦୦ ଲିଟରର ଶୁଭ ଉଦ୍‌ଘାଟନ ହୋଇ ଯାଇଛି । ଯାହା ପାଇଁ କାଉନ୍ସିଲରବାସୀ ବେଶ୍ ଖୁସିର ଥିବା ସହ ସ୍ଥାନୀୟ ବାସିନ୍ଦାମାନେ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରି ଛନ୍ତି । ତାହା ସହ ଏହିପରି ବିକାଶ ମୂଳକ କାର୍ଯ୍ୟ ହେଉଥିବା ଯୋଗୁଁ ଅଞ୍ଚଳରେ ବେଶ୍ ଚର୍ଚ୍ଚା ବିଷୟ ହୋଇଛି ପଡିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁନାବେଡା ପୌରପରିଷଦ ୱାର୍ଡ ନମ୍ବର ୨୨ର ଦୟାନନ୍ଦ କୁଲଦୀପ, ୱାର୍ଡ ୨୩ର ଜ୍ୟୋତି କୁଲଦୀପ, ଯୁବ ବିଯୁ ଜନତା ଦଳର ଉପ-ସଭାପତି ଈଶ୍ବର ଆଲାଦ, ଯୁନେଶ୍ କୁଲଦୀପ, କାମେଶ୍ ବେନ୍ୟା , ସୁମିତ୍ କୁଲଦୀପ, ଅମିତ୍ ଧଡକା, ମୋନ ଖରା ଏବଂ ଦାନିୟେଲ ଇତ୍ୟାଦି ଉପସ୍ଥିତ ଥିଲେ । ତାହା ସହ ଆଗାମୀ ଦିନମାନଙ୍କରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଧାୟକ ରଘୁରାମ ପଡାଲ ଉପସ୍ଥାପନ କରିଥିଲେ ।