ଅନୁସନ୍ଧାନ ଭାରତ(ବ୍ୟୁର): ପବିତ୍ର କାର୍ତ୍ତିକ ଧାର୍ମିକ ମାସରେ କିଛି ପୁଣ୍ୟ ଅର୍ଜନ ନିମନ୍ତେ ଭଞ୍ଜନଗର ବ୍ଲକ ମୁଦୁଲି ପଲି ଗ୍ରାମର ହାଡୁ ସ୍ୱାଇଁ ଓ ପତ୍ନୀ ସୁନ୍ଦରୀ ସ୍ୱାଇଁ(୫୦) ଗତ ୨୨ତାରିଖରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀଧାମକୁ ଯାଇଥିଲେ । ଏହି ଅବସରରେ ସୋମବାର ଦିନ ଅପରାହ୍ନ ସମୟରେ ଉଭୟେ ପୁରୀ ବଡ଼ଦାଣ୍ଡରେ ବୁଲାବୁଲି କରୁଥିବା ବେଳେ ସୁନ୍ଦରୀ ହାଠାତ୍ ସେଠାରୁ ନିଖୋଜ ହୋଇ ଯାଇଥିଲେ । ହାଡୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପତ୍ନୀ ସୁନ୍ଦରୀଙ୍କ କୌଣସି ଖୋଜ ଖବର ପାଇ ନଥିଲେ । ଶେଷରେ ନିରାଶ ହୋଇ ଏସମ୍ପର୍କରେ ହାଡୁ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଯଦି କେହି ସୁନ୍ଦରୀଙ୍କ ବିଷୟରେ କିଛି ସନ୍ଧାନ ପାଏ ତାହେଲେ ନିକଟସ୍ଥ ଥାନାରେ ଜଣାଇବାକୁ ହାଡୁ ନିବେଦନ କରିଛନ୍ତି ।