ପୁଣି କନ୍ଧମାଳ ଜିଲ୍ଲାରେ ଦବଦବା ଜାହିର କଲା ଲାଲବାହିନୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡା ଅନ୍ତର୍ଗତ ଶୁଡ୍ରା ପଞ୍ଚ।ୟତର ଟିକରବାଜୁ ଠାରେ ପୁଣି ଜଣଙ୍କ ମୁଣ୍ଡ ନେଲା ଲାଲ ବାହନୀ l ଗତ ସପ୍ତାହରେ ଆରୋଖୀ ଅଧିକ୍ଷକ କନ୍ଧମାଳ ବିନିତି ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ଟିମି ପଠାଇ ସୁରକ୍ଷା ଯବାନଙ୍କ ଦ୍ୱାରା ମହିଳା ମାଓବାଦୀ ନିହିତ ହୋଇଥିବା ଦେଖିବାକୁ ମିଳିଥିଲା l ଜାହାରିଫଳରେ ମହିଳା କ୍ୟାଡରର ମାଓବାଦୀ ପୋଏମପାଣ୍ଡ ଓରଫ ଶାବିତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲାଲବାହିନୀ ଟିକରବାଜୁର ନୀଳକଣ୍ଠକୁ ପୁଲିସ ଇନଫରମର ବୋଲି ନିର୍ମମ ଭାବରେ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ଲାଲବାହିନୀ ଏବଂ ଆହୁରି ଟୁନା ସାହୁ, ବବୁଲ ବାପି, ପାଟ୍ଟାମାସ୍କାର ଜହନ ମାଝୀ, ଗୋସ୍କାର ଅମସ ହରିଜନ, ମିତ୍ରା, ଜାମ୍ମୁଲିର ସଂଜୟ, ମୋହନଗିରିର ସିଲିମାଝୀ ଖମନଖୋଲ, ଟିକରବାଜୁ, ଡାକା ପୁଲିସ ଇନଫର୍ମରମାନଙ୍କୁ ସତର୍କ ଘଣ୍ଟି ବ୍ୟାନର ମାଧ୍ୟମରେ ଜଣାଇଛନ୍ତି ଲାଲବାହିନୀ । ସେହି ପରି ଭାବରେ ଜାର୍ଗୀ ନିକଟରେ ଠିକା ସଂସ୍ଥା କରୁଥିବା ରାସ୍ତା କାମକୁ ବିରୋଧ କରିବା ସହ ଗୋଟିଏ ଜେସିବି ଏବଂ ଗୋଟିଏ ଟ୍ରାକ୍ଟର ପୋଡି ଦେଇଛନ୍ତି l ସନ୍ଧ୍ୟା ପ୍ରାୟ ଛଅ ଟା ତିରିଶି ମିନିଟ ବେଳେ ଠିକା ସଂସ୍ଥାର କର୍ମଚାରୀଙ୍କୁ ବାହାରି ଯିବାକୁ କହି ପୋଡା ଜଳା କରିବା ପରେ ଏବଂ ପୋଷ୍ଟର ଛାଡ଼ିଯାଇଛନ୍ତି ମାଓବାଦୀ l ସେଥିରେ ଅନ୍ୟ ପୁଲିସ ଇନଫର୍ମରମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି l କାମ କରୁଥିବା ଲୋକଙ୍କୁ ପୋଷ୍ଟର ବ୍ୟାନର ମାଧ୍ୟମରେ ଚେତାବନୀ ଦେଇଛନ୍ତି l ଖୁବ ଶୀଘ୍ର ପୁଲିସର ସୂଚନା ଦାତା କାମ ଛାଡ଼ିଦେବାକୁ ସତର୍କ ଘଣ୍ଟି ଦେଇ ଛନ୍ତି l ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ କେକେବିଏନ ଡିଭିଜନ ପୁଲିସ ଇନଫର୍ମର ହତ୍ୟା କରିଥିବା ଉଲ୍ଲେଖ ରହିଛି l ଯାହା ପାଇଁ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତା ବରଣ ଖେଳି ଯାଇଛି l