ତୁମୁଡିବନ୍ଧରେ ଭୌତିକ ଚିକିତ୍ସା ଶିବିର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲାଇନପଡ଼ା ପ୍ରାଥମିକ ବିଦ୍ୟାଳୟଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁଙ୍କ ତତ୍ୱାବଧାନରେ ସମଗ୍ର ଶିକ୍ଷା କନ୍ଧମାଳ ତରଫରୁ ୫ ଦିନିଆ ଭୌତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ପ୍ରାୟ ୨୦ଜଣ ମସ୍ତିଷ୍କ ପକ୍ଷାଘାତ, ଚଳନ ବାଧିତ ଦିବ୍ୟାଙ୍ଗ ଶିଶୁ ଓ ପିତା, ମାତା ଯୋଗ ଦେଇଥିଲେ l ଏହି ଶିବିରରେ ଭୌତିକ ଚିକିତ୍ସକ ସନ୍ୟାସୀ ନାହକ ସାଧନକର୍ମୀ ଭାବେ ଯୋଗଦେଇଥିବା ବେଳେ ଗୀତାଞ୍ଜଳି ନାଗ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଭୌତିକ ଚିକିତ୍ସା କରିଥିଲେ l ଏହି ଶିବିରରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସାହୁ, ତୁମୁଡିବନ୍ଧ ସିଆରସିସି ସିପାନା ମାଝୀ, ହିସାବ ରକ୍ଷକ ସଚିକେତା ସାହୁ, ଯୋଜନା ସଂଯୋଜକ ସତ୍ୟବ୍ରତ ମଣ୍ଡଳ, ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁବଳ ସାହୁ ଏବଂ ବିବେକାନନ୍ଦ ସାହୁପ୍ରମୁଖ ଉପସ୍ଥିତ ଥିଲେ l