ଆଲୋକର ପର୍ବ ଦୀପାବଳିରେ ଉତ୍ସବ ମୁଖର ହିଞ୍ଜିଳିକାଟୁ…..

ଅନୁସନ୍ଧାନ ଭାରତ(ବ୍ୟୁର): ଦୀର୍ଘ ୨ବର୍ଷ ପରେ ବିନା କୋଭିଡ କଟକଣାରେ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ ପାଇଁ ହିଞ୍ଜିଳିକାଟୁର ଗାଁ ଠୁ ସହର ଉତ୍ସବ ମୁଖର ହୋଇଉଠିଛି । ଦୀପାବଳି ଅବସରରେ ପିତୃ ପୁରୁଷଙ୍କ ଶ୍ରାଦ୍ଧ କରିବା ସହ, ରାତି ପିତୃ ପୁରୁଷଙ୍କୁ କାଉରିଆ ଡ଼ାଙ୍ଗ ସାହାଯ୍ୟରେ ବଡବାଡ଼ୁଆ ଡ଼ାକ ଦିଆଯିବାର ପରମ୍ପରା ମଧ୍ୟ ରହିଥାଏ ଏବଂ ବାଣ ବଜାରରେ ମଧ୍ୟ ଗହଳ ଚହଳ ରହିଥାଏ । ଏହି ପର୍ବରେ କୁନିକୁନି ପିଲା ବିଭିନ୍ନ ରଙ୍ଗ ବେରଙ୍ଗ ଆତସବାଜି ଫୁଟାଇ ସହ ଗାଁ ଠୁ ସହର ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଂଚଳ l