ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ତାରିଖ ଅର୍ଥାତ ଗାନ୍ଧିଜୀଙ୍କ ଜୟନ୍ତି ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ଲୋକଙ୍କ ପାଖରେ ପହଞ୍ଚିବା, ଲୋକଙ୍କ ସୁଖ ଦୁଃଖ ବୁଝିବା ସହ ସରକାରଙ୍କ ବିଭିନ୍ନ ଯୋଜନା ଘରେ ଘରେ ପହଞ୍ଚିଛି କି ନାହିଁ ତାହା ପରଖିବା ପାଇଁ ଆଜି ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ କୁମାର ଦାଶଙ୍କ ତ୍ୱତ୍ତାବଧାନରେ ଆୟୋଜିତ ପଦଯାତ୍ରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ଼.ଗୋପବନ୍ଧୁ ଦାଶ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏଠାରେ ଶ୍ରୀ ଦାଶଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଉପାଧ୍ୟକ୍ଷା ଏସ ରାଜେଶ୍ୱରୀ ଦୋରା, ବ୍ଳକ ଅଧ୍ୟକ୍ଷା ସିଏଚ ଉଷା ରାଣୀ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମ, ବ୍ଲକ ଉପାଧ୍ୟକ୍ଷା ଅନିତା ମହାକୁଡ଼, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା, ସମିତି ସଭ୍ୟ କେ.ପ୍ରବୀଣକୁମାର, ରଣ୍ଡା ସରପଞ୍ଚ ତଥା ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ଅଜିତ କୁମାର ରାଉଳ, ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ କାନ୍ତ ସାହୁ, ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ମହିଳା ଉପସଭାନେତ୍ରୀ ମନିତା ଦାଶଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇ ହଳଦିଆପଦର ଛକ ଠାରୁ ଏକ ପଦଯାତ୍ରା ବାହାର କରି ସ୍ଥାନୀୟ ଗ୍ରାମ ପରିକ୍ରମା କରି ରାଲବ ଗ୍ରାମ ଦେଇ ରଙ୍ଗିପୁର ପଞ୍ଚାୟତରେ ପହଞ୍ଚି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଘରେ ଘରେ ପହଞ୍ଚାଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରଙ୍ଗିପୁର ପଂଚାୟତରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତକ ସଚିବ ଡ. ଦାଶ କହିଥିଲେ ଯେ, ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି l
ସେହି ଯୋଜନାରେ ସମସ୍ତେ କିପରି ସାମିଲ ହେବ ସେ ନେଇ ଏହି ଜନ ସଂପର୍କ ପଦଯାତ୍ରାରେ ଲୋକଙ୍କୁ ବୁଝା କରା ଯାଉଛିବୋଲି କହିଥିଲେ । ବିଜେଡି କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି ତରଫରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜନ କରି ଲୋକଙ୍କ ନିକଟତର ହୋଇ ସେମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ବୁଝାଉ ଥିବା ଦେଖା ଦେଇଛି । ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଦିନ ପାଇଁ ଉଛେଦ କରିଥିବାରୁ ଆଜି ଶହଶହ ଯୁବପିଡ଼ି ଏହି ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବ୍ଲକ ସଭାପତି ଅଜିତ କୁମାର ଦାସ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ବ୍ଲକଯୁବ ବିଜେଡି ସଭାପତି ବିନୋଦ ମହାଙ୍କୁଡ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି, ବ୍ଲକ ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ ସମିତି ସଭ୍ୟା ବିଷ୍ଣୁପ୍ରିୟା ନାୟକ, ରଙ୍ଗିପୁର ସରପଞ୍ଚ ପ୍ରେମ ରଞ୍ଜନ ପଟ୍ଟନାୟକ, ସମିତି ସଭ୍ୟା କବିତା ଦାସ, ସମାଜସେବୀ ତଥା ଯୁବ ନେତା ରାମହରି ପାତ୍ର, ଅମିତ ଦାସ, ସିଏଚ.ବାଇରୀ ପାତ୍ର, ସିଏଚ ନରେଶଙ୍କ ସମେତ ଶତାଧିକ ବିଜେଡି କର୍ମୀ ସାମିଲ ରହିଥିଲେ l