ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍ତର ଘୁମୁସର ବନଖଣ୍ଡ ତାରାସିଂ ରେଞ୍ଜର କ୍ଷେତମୁଣ୍ଡାଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଯୁବ ଚାଷୀ ପବିତ୍ର କୁମାର ପାତ୍ରଙ୍କ ମୃତ୍ୟୁ ଘଟିଛି I ଘଟଣା ଅନୁସାରେ, କ୍ଷେତମୁଣ୍ଡାଳି ଅଂଚଳରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି I ଯାହା ଫଳରେ ବିଳମ୍ବିତ ରାତିରେ ଧାନ ଫସଲକୁ ହାତୀ ଉପଦ୍ରବରୁ ସୁରକ୍ଷା ଦେବା ପାଇଁ ପବିତ୍ର ଓ କିଛି ଗ୍ରାମବାସୀ ହାତୀ ଘଉଡାଇବାକୁ ବିଲକୁ ଯାଇଥିଲେ I ହାତୀପଲ ପାଲଟା ଆକ୍ରମଣ କରିବାରୁ ପବିତ୍ର ହାତୀ ହାବୁଡ଼ରେ ପଡ଼ିଯିବାରୁ ହାତୀ ଦଳି ପକାଇଥିଲା I ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି I ଖବର ପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ସମେତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରି ଥିବା ସୂଚନା ମିଳିଛି I