“କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ପ୍ରଚେଷ୍ଟାରେ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଆଜିଠାରୁ ଚଳାଚଳ ଆରମ୍ଭ ଘରୋଇ ବସ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ପ୍ରଚେଷ୍ଟା ଯୋଗୁଁ ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଏକ ଘରୋଇ ବସ ଆଜିଠାରୁ ଚଳାଚଳ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପାଧ୍ୟକ୍ଷ ଦିଲୀପ କୁମାର ସାହାଣୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ ବସ ଫୁଲବାଣୀରୁ ବାହାରି ତିଳକ ପଡ଼ା, କଲାଡ଼ି, ଘୋଡା ଗାଡୁ , ଭୁକ୍ତା କନାଲି, ବଡଭୁଇଁ, ଆଡାସି ପଡ଼ା, ଲାଇନ ପଡ଼ା ଦେଇ ଚକାପାଦ ଯିବାକୁ ସ୍ଥିରୀକୃତ ହୋଇଛି । ଏହି ଗ୍ରାମ ଗୁଡ଼ିକୁ ବସ ଯୋଗାଯୋଗ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁ ଗ୍ରାମରୁ ଶହ ଶହ ଲୋକ ନିଜର ଜୀବନଜୀବିକା ପାଇଁ ଫୁଲବାଣୀ ସହର ଉପରେ ନିର୍ଭର କରନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପ୍ରଧାନ, ଉପସମ୍ପାଦକ ଶୁଭେନ୍ଦୁ ତ୍ରିପାଠୀ, ସଭ୍ୟ ଦିଲୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଶତ୍ରୁଘନ ମହାନ୍ତି, ପ୍ରସନ୍ନ ପଟ୍ଟନାୟକ, ଫିଲେମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ଅନ୍ୟମାନକ ମଧ୍ୟରେ ବରିଷ୍ଠ ନାଗରିକ ରାଜକିଶୋର ବେହେରା, ପ୍ରସନ୍ନ ସାହାଣୀ, ସର୍ବେଶ୍ଵର ମିଶ୍ର ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବସ ଚଳାଚଳ ଶୁଭାରମ୍ଭ ପରେ ପ୍ରତ୍ୟେକ ଗ୍ରାମରେ ଜନ ସାଧାରଣ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା ଓ ସେମାନେ ରାସ୍ତା ରେ ବନ୍ଧ। ପନା କରିଥିଲେ । ଗତ ୨ବର୍ଷ ହେଲା ଅନୁଷ୍ଠାନର ସଦସ୍ୟମାନେ ଅକ୍ଲାନ୍ତ ପରିଶ୍ରମ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଫୁଲବାଣୀ ଘରୋଇ ବସ ମାଲିକ ସଂଘ ସହାୟତାର ହାତ ବଡ଼ାଇ ଥିଲା ।