କରାପୁଟ ଜିଲ୍ଲାର ନଗ୍ନ ଚିତ୍ର: ସରକାରୀ ସୁବିଧାରୁ ବଂଚିତ ଅସହାୟ ବିଧବା ଜେଜେ ଅଳଙ୍କମଣି କନ୍ଧପାନ, ଦୁଇ ଅନାଥ ନାତିଙ୍କ ସାଜିଛନ୍ତି ସାହା ଭରଷା…

ଅନୁସନ୍ଧାନ ଭାରତ(ବ୍ୟୁର): ଇଏ ହେଉଛି ଅଦିବାସୀ ଅଧ୍ୟୁସିତ କରାପୁଟ ଜିଲ୍ଲାର ନଗ୍ନ ଚିତ୍ର l ସରକାରଙ୍କ ମାଳମାଳ ଯୋଜନା କେତେଯେ ଜନସାଧାରଣଙ୍କ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଂଚି ପାରିଛି ଜଳଜଳ ହୋଇ ଦେଖା ଦେଉଛି l ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଞ୍ଚାୟତ ବଙ୍ଗଳାଗୁଡା ଗାଁର ଅଳଙ୍କମଣି କନ୍ଦପାନ ମକାପଡ଼ି l ବର୍ତ୍ତମାନ ଦୁଇ ଅନାଥ ନାତିଙ୍କ ସାହା ଭରୋଷା ସାଜିଛନ୍ତି l ନାତିମାନଙ୍କୁ ମଣିଷ କରିବାରେ ଦିନରାତି ଏକ କରି ଲାଗିପଡ଼ିଛନ୍ତି । ସୂଚନା ଅନୁଶାରେ ଅଳଙ୍କମଣି ଦୀର୍ଘବର୍ଷ ହେଲା ତାଙ୍କର ବଡ଼ପୁଅ ଆରପାରି ଚାଲି ଯିବା ପରେ ବହୁ ଦୁଇ ପୁଅଙ୍କୁ ଛାଡି ନିଜ ବାପ ଘରକୁ ଚାଲି ଯାଇଥିବାରୁ ସ୍ବାମୀ ଓ ସ୍ତ୍ରୀ ଦୁହେଁ ତାଙ୍କର ଦୁଇ ନାତିଙ୍କୁ ଲାଳନ ପାଳନ କରି ଆସୁଥିଲେ l କିନ୍ତୁ ଏକ ନିର୍ଦ୍ଧିଷ୍ଟ ରୋଗରେ ପୀଡିତ ହୋଇ ତାଙ୍କର ସ୍ଵାମୀ ମଧ୍ୟ ଆରପାରିରେ ଚାଲିଗଲେ । ସ୍ଵାମୀ ଚାଲି ଗଲା ପରେ ଅଲଙ୍କ ସମ୍ପୂର୍ଣ ଏକା ହୋଇ ଗଲେ l ତାଙ୍କ ଉପରେ ଦୁଇ ନାତୀଙ୍କ ଲାଳନ ପାଳନ କରିବାର ଦାୟୀତ୍ବ ଭାର ପଡ଼ି ଥିଲା l ବିଧବା ମହିଳା ଜଣକ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରି ଆସୁଥିଲେ l କିନ୍ତୁ ଏବେ ଚଳିବା ପାଇଁ ବହୁତ ସମସ୍ୟାର ସମୁଖିନ ହେବାକୁ ପଡୁ ଥିବା କହିଛନ୍ତି l ସେଥିପାଇଁ ସେ ପୋଡା ମକା ବିକି ପରିବାର୍ ପ୍ରତିପୋଷଣ କରୁଥିବା ପ୍ରକାଶ କରିଛନ୍ତି l ସରକାରଙ୍କ ସାହାୟତ କହିଲେ ୧୫କେଜି ଚାଉଳ ଓ ୫୦୦ଟଙ୍କା ବିଧବା ଭତ୍ତା l ଗଣମାଧ୍ୟମ ପ୍ରତିନିଧି ପଚାରିଵାରୁ ସେ କହିଛନ୍ତି କି ନିଜର ଜମି ବାଡି ମଧ୍ୟ ନାହି ଏବଂ ରହି ବାକୁ ଭଲ ଘର ଖଣ୍ଡେ ନାହିଁ l ଏଠାରେ ପ୍ରଶ୍ନ ଉଠେ ଯେ ସରକାରଙ୍କର ଯାଜନା କାହା ପାଇଁ । ସରକାର ପ୍ରତ୍ୟକ ଦିନ ଯୋଜନା ଉପରେ ଯୋଜନା ଘୋଷଣା କରୁଛନ୍ତି l ଯଦି ଅଳଙ୍କମଣି କନ୍ଦପାନଙ୍କ ପାଖରେ ରହିବାକୁ ଘର ଖଣ୍ଡିଏ ନାହିଁ ତ ଗରିବଙ୍କ ପାଇଁ ହୋଇ ଥିବା ବିଜୁପକା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ? ତେଣୁ ପ୍ରଶାସନ ତୁରନ୍ତ ବିଧବା ମହିଳା ଅଳଙ୍କମଣିଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗାଁ ଲୋକ ସରକାରଙ୍କ ପାଖରେ ଦାବୀ କରଛନ୍ତି l