ଗୁଦାରିରେ ଗାନ୍ଧୀ ଜୟନ୍ତୀ ପାଳନ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ଗୁଦାରି ପଞ୍ଚାୟତରେ ମା ବ୍ରାହ୍ମଣି ଦେଇ ୟୁଥ clubs2 ଗୁଦାରି ସଂଘର ଉଦ୍ୟମରେ ଗାନ୍ଧୀ ଜୟନ୍ତି ଓ ସ୍ବଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ district sports officer ସମୀର କୁମାର ନାୟକ ଏବଂ ସ୍ପୋର୍ଟ tranner କର୍ମଚାରୀ, ସରପଞ୍ଚ ସୁଜିତ ମଲ୍ଲିକ, ସ୍ୱଚ୍ଛାସେବୀ ଚନ୍ଦ୍ରମଣି ଦେହୁରୀ ଏବଂ ବ୍ରାହ୍ମଣି ଦେଇ ୟୁଥ club 2ର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ସମ୍ପାଦକ ବଦ୍ରୀନାଥ କହଁର, କୋଷାଧକ୍ଷ କରିସ୍ମା ବେହେରା, ଚନ୍ଦ୍ରମଣି ଦେହୁରୀ, ମିନି କହଁରଙ୍କ ସମେତ ଯୁବକ ସଙ୍ଘର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱାସ୍ଥ୍ୟ, ଖେଳ, ସଫେଇ, ଶିକ୍ଷା ଏବଂ କର୍ମ ନିଯୁକ୍ତି ଉପରେ ଆଲୋଚନା କରି ଗୁଦାରୀକୁ ଆଦର୍ଶ ଗାଁରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଥିବା ମତପ୍ରକାଶ କରିଛନ୍ତି । ଶେଷରେ ସଭାପତି ଗୋବିନ୍ଦଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।