ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବୟସ୍କ ଲୋକଙ୍କ ପାଇଁ ସଚେତନତା ଶିବିର ଅନୁଷ୍ଠିତ………….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ଆଇନ ସେବା ପାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଏହି ଶିବିରରେ ପ୍ରାଧିକରଣର ଅଧ୍ୟକ୍ଷ ତଥା ମାନ୍ୟବର ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରିବା ସଙ୍ଗେ ସଙ୍ଗେ ଏହି ଦିବସର ଆବଶ୍ୟକତା ଓ ଭାରତ ପରି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ବୟୋଜଷ୍ଠଙ୍କ ପାଇଁ ସମାଜର ଥିବା ଦାୟିତ୍ବର ପରିଭାଷା କିପରି ସମୟ କ୍ରମେ ପରିବର୍ତ୍ତନ ହୋଇଯାଇଛି ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ରୂପେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ମାନସ କୁମାର ପଣ୍ଡା , ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର , ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ଶୁଭଜିତ ବେହେରା , ଓକିଲ ସଂଘ ସଂପାଦକ ଶ୍ରୀ କୃଷ୍ଣ ମୋହନ ପଟ୍ଟନାୟକ , ବରିଷ୍ଠ ଓକିଲ ଶ୍ରୀ ହୀରାଚାନ୍ଦ ପଟ୍ଟନାୟକ , ସଭାପତି ବରିଷ୍ଠ ନାଗରିକ ମଞ୍ଚ ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ ସମେତ ପ୍ରମୁଖ ଓକିଲ ବୃନ୍ଦ ଏବଂ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନେ ଉପସ୍ଥିତ ଥିଲେ । ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସମସ୍ତ କାର୍ଯ୍ୟକୁ ଆୟୋଜନ କରିଥିଲେ । ଆୟୋଜିତ ଏହି ସଚେତନତା ଶିବିରରେ ପ୍ରମୁଖ ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଦ୍ଵାରା ପ୍ରାୟୋଜିତ ୨୦୧୬ ମସିହା ବୃଦ୍ଧ ବୃଦ୍ଧା ପାଇଁ ଯୋଜନା ମାନ ଓ ବିଭିନ୍ନ ସରକାରୀ ଆଇନ ପ୍ରାଧିକରଣ ତରଫରୁ ଯୋଗାଇ ଦେଉଥିବା ମାଗଣା ଆଇନ ସେବା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ସଚେତନତା କରା ଯାଇଥିଲା ଏବଂ ବରିଷ୍ଠ ନାଗରିକ ପାଇଁ ରହିଥିବା ଆଇନ ଧାରା , ୨୦୦୭ ସହିତ ବିଭିନ୍ନ ସରକାରୀ ଯୋଜନା ତଥା ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧ ପେନସନ ଯୋଜନା ଇତ୍ୟାଦି ବିଷୟରେ ବୁଝାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଇନ ସେବା ପ୍ରାଧିକରଣ କର୍ମଚାରୀ ମାନେ ପରିଚାଳନା କରିଥିଲେ।