ଭୁବନେଶ୍ୱରର ଦୁଗାପୂଜା ମଣ୍ଡପ ବୁଲି ମାଁଙ୍କ ଦର୍ଶନ କଲେ ପିସିସି ସଭାପତି……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପବିତ୍ର ମହାଷ୍ଟମୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଭୁବନେଶ୍ୱରର ୨୦ ରୁ ଉର୍ଦ୍ଧ୍ବ ଦୁର୍ଗାମଣ୍ଡପ ବୁଲି ଦୁର୍ଗା ମାଁଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ଯୁକ୍ତ ପଟ୍ଟନାୟକ ମାଁ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ସମଗ୍ର ରାଜ୍ୟବାସୀଙ୍କ ମଙ୍ଗଳ ମନାସି ସୁଖ ସମୃଦ୍ଧି କାମନା କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ଓୟୁଏଟି ସ୍ଥିତ ଝାଡେଶ୍ୱରୀ ଦୁର୍ଗାପୂଜା ମଣ୍ଡପ, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ଼, ଚଜେଇସିଆଣି, ପଳାଶୁଣି, ସହିଦ ନଗର, ବମୀଖାଲ, ଝାରପଡା, ଲଷ୍ମୀସାଗର, ବଡଗଡ଼, ବ୍ରହ୍ମେଶ୍ୱର, ସାମନ୍ତରାପୁର, ହାଟସାହି, ବଢ଼େଇବାଙ୍କ(ବଡୁ ସାହି), ତିନିମୁଣ୍ଡିଆ(ବ୍ରାହ୍ମଣ ସାହି), ଗୋସାଗୋରେଶ୍ୱର(ଚଷା ସାହି) ଆଦି ଦୁର୍ଗମଣ୍ଡପ ବୁଲିଥିଲେ ।

csp

ସମସ୍ତ ପୂଜାପୂଜା କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଯୁକ୍ତ ପଟ୍ଟନାୟକ ଏବଂ ତାଙ୍କ ସାଙ୍ଗରେ ଉପସ୍ଥିତ ଥିବା ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜିର କାଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଲୋକନାଥ ମହାରଥୀ, ତରୁଣ ମିଶ୍ର, ପ୍ରକାଶ ଜେନା, ଚିନ୍ମୟ ସୁନ୍ଦର ଦାଶ, ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ,ସୁ ବାଷ ପ୍ରଧାନ, ସଂକୁନା କଂହର ପ୍ରମୁଖ ଉପସ୍ଥିତ ଥିଲେ ।