ଲାଞ୍ଜିପଲ୍ଲୀ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜନ୍ମ ଜୟନ୍ତୀ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ବ୍ରହ୍ମପୁର ମହାନଗରର ଲାଞ୍ଜିପଲ୍ଲୀ ଗୂଡ଼ସେଡ ରୋଡ ନିକଟସ୍ଥ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲରେ ଗାନ୍ଧୀ ଜୟନ୍ତୀ ଓ ଲାଲ ବହାଦୁର ଶାସ୍ତ୍ରୀ ଜନ୍ମ ଉତ୍ସବ ପାଳନ ଅବସରରେ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ପ୍ରଶାନ୍ତ ମହାପାତ୍ର ଏବଂ ସମ୍ପାଦିକା ଅନିତା କୁମାରୀ ପାଢ଼ୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କୁ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ l ବିଦ୍ୟାଳୟର ସ୍କାଉଡ ଗାଇଡ଼, ଏନସିସି କେଡେଟ ଛାତ୍ରଛାତ୍ରୀମାନେ ଫ୍ଲାଗ କାର୍ଡ ଧରି ସ୍ଲୋଗାନ ଦେଇ ରାଲିରେ ଯାଇଥିଲେ l ସ୍କାଉଡ ଏବଂ ଏନସିସି କେଡେଟ ଛାତ୍ରଛାତ୍ରୀମାନେ ଗାଇଡ଼ ଶିକ୍ଷୟିତ୍ରୀ ମଧୁସ୍ମିତା ହୋତା ଏବଂ ବିଦ୍ୟାଳୟର ଅଧକ୍ଷା ମଧୁସ୍ମିତା ପରିଡାଙ୍କ ତତ୍ୱାବଧାନରେ ବିଦ୍ୟାଳୟର ନିକଟରେ ଥିବା ବ୍ରହ୍ମପୁର ରେଳଷ୍ଟେସନକୁ ଯାଇ ସଫା ସୁତୁରା କରିଥିଲେ l ବିଦ୍ୟାଳୟର ଅଧକ୍ଷା, ଉପାଧ୍ୟାକ୍ଷା, ଏନସିସି ସ୍କାଉଡ ଗାଇଡ଼ କେଡେଟଙ୍କ ସହ ମିଶି ସଫା କରିଥିଲେ l ବିଦ୍ୟାଳୟର ଅନାନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ ଏହି ସ୍ୱଚ୍ଛ ଭାରତ ଅଭିଯାନରେ ଯୋଗ ଦେଇ କେଡେଟମାନଙ୍କୁ ଉତ୍ସାହିତ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ବ୍ରହ୍ମପୁର ସହର ନିକଟରେ ଥିବା ଏକ ଏନଜିଓ ଆରୋଗ୍ୟ ଗ୍ରାମକୁ ଯାଇ ସେଠାରେ ଥିବା ବୃଦ୍ଧ ଓ ଵୃଦ୍ଧାମାନଙ୍କୁ ବିଦ୍ୟାଳୟର ସ୍କାଉଡ, ଏନସିସି କେଡେଟଙ୍କ ଦ୍ୱାରା ବିଦ୍ୟାଳୟ ତରଫରୁ କିଛି ଅର୍ଥ ଏନଜିଓ ପାଣ୍ଠିକୁ ଦାନ କରିଥିଲେ l