ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ଅଞ୍ଚଳରେ ଦେଖା ଦେଇଛି ଦାଦନ ଦୁଃଖ I ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ ନିଜ ଗ୍ରାମକୁ ଫେରୁ ଥିବା ସମୟରେ ମଝି ରାସ୍ତାରେ ଆକସ୍ମିକ ଭାବରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି I କନ୍ଧମାଳ ଜିଲ୍ଲା ଅଧୀନସ୍ଥ ସିର୍କୀ ଗ୍ରାମର ରସାନ୍ତା ପ୍ରଧାନ(୨୮) ନାମକ ଜଣେ ଯୁବକ କେରଳ ରାଜ୍ୟ ପେରୁବାଡ଼ି ନାମକ ସ୍ଥାନକୁ ଦାଦନ ଖଟିବାକୁ ଯାଇ ନିଜ ଗ୍ରାମକୁ ଫେରୁ ଥିବା ସମୟରେ ଟ୍ରେନରେ ଆକସ୍ମିକ ଭାବେ ଭାବେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସୂଚନା ଅନୁସାରେ ୨୦ ଦିନ ପୂର୍ବେ ରସାନ୍ତ ପ୍ରଧାନ କେରଳ ରାଜ୍ୟର ପେରୁବାଡ଼ି ନାମକ ସ୍ଥାନକୁ ଏକ ଫେକ୍ଟ୍ରିରେ କାମ କରିବାକୁ ଯାଇ ଥିଲେ I ଶାରୀରିକ ଅସୁସ୍ଥତା ଯୋଗୁଁ ନିଜ ଗ୍ରାମକୁ ଆଲପି ଧନବାଗ ଟ୍ରେନରେ ଫେରୁ ଥିଲା I ହେଲେ ଟ୍ରେନରେ ତାଙ୍କର ହଠାତ ମୃତ୍ୟୁ ଘଟିଥିଲା I ତାମିଲନାଡୁ ରାଜ୍ୟ ଜଲେର ପେଟା ନାମକ ଷ୍ଟେସନରେ ଟିଟିଆଇ ଟ୍ରେନ ଯାଞ୍ଚ କରିବା ସମୟରେ ଯୁବକଙ୍କ ମୃତ୍ୟୁ ଦେହ ଜବତ କରି ଜଲାରପେଟା ପୁଲିସକୁ ହସ୍ତାନ୍ତର କରିଥିଲେ I ଜଲାରପେଟା ପୁଲିସ ଘଟଣା ସମ୍ପର୍କରେ ଘୁ.ଉଦୟଗିରି ପୁଲିସକୁ ସୂଚନା ଦେଇ ଥିଲା I ସୂଚନା ପାଇ ପୁଲିସ ମୃତ ଯୁବକଙ୍କ ପରିବାରକୁ ଗତକାଲି ରାତ୍ରିରେ ଜଣାଇଥିଲା I ଖବର ପାଇବା ପରେ ରସାନ୍ତ ପ୍ରଧାନଙ୍କ ସ୍ତ୍ରୀ ଓ ପରିବାର ଲୋକ ଜଲାର ପେଟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ସୂଚନା ମିଳିଛି I ରସାନ୍ତ ପରିବାର ରୋଜଗାର ରିଆ ପୁଅ ଥିଲେ I ପରିବାର ପାଇଁ ଶାହା ଭରୋସା ଥିଲେ I ବର୍ତ୍ତମାନ ମୃତ ଶ୍ରମିକଙ୍କ ବୁଢ଼ୀ ମାଁ ଡାଙ୍ଗୁଆ ପଲ୍ଲୀ ଚିକିତ୍ସା ହେଉ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି I ତେଣୁ ରସାନ୍ତଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଅର୍ଥିକ ସହାୟତା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି I