ଯୁବ ଓ ଛାତ୍ର ବିଜେଡିର ନୂତନ କର୍ମକର୍ତ୍ତା ଚୟନ: ବ୍ଲକ୍ ସଭାପତି ଭାଷା ଶତପୀଥି ଓ ପୌରପରିଷଦର ଯୁବ ବିଜେଡ଼ି ସଭାପତି ରାମ ପଣ୍ଡା ମନୋନୀତ…..

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗୁଣପୁର ବ୍ଲକ୍ ଯୁବ ବିଜେଡି ସଭାପତି ରୂପେ ଭାଷା ଶତପଥୀ ଏବଂ ମ୍ୟୁନସିପାଲିଟିର ଛାତ୍ର ବିଜେଡି ସଭାପତି ଭାବେ କେ କିରଣ କୁମାରଙ୍କୁ ମନୋନୀତ କରାଯାଇଛି l ସେହିଭଳି ମ୍ୟୁନସିପାଲିଟିର ଯୁବ ବିଜେଡି ସଭାପତି ଭାବେ ରାମଚନ୍ଦ୍ର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଅପରପକ୍ଷରେ ପୂର୍ବତନ ନଗର ଯୁବ ବିଜେଡି ସଭାପତି ପୂର୍ଣ୍ଣଚନ୍ଦ୍ର ବାଉରୀଙ୍କୁ ଜିଲ୍ଲା ସମ୍ପାଦକ ରୂପେ ଚୟନ କରାଯାଇଛି । ଗୁଣପୁର ବ୍ଳକ୍ ଓ ମ୍ୟୁନସିପାଲିଟି ଅଞ୍ଚଳରେ ବିଜେଡି ସଂଗଠନକୁ ମଜବୁତ କରିବା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ନୂତନ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସେମାନେ ରାଜ୍ୟ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାଶ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବାଶିଷ ଖାଡ଼ଙ୍ଗା, ଜିଲ୍ଲା ଛାତ୍ର ବିଜେଡି ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି ।