ମୁକୁଲିଙ୍ଗିଆ ପର୍ଯ୍ୟଟନ ସ୍ଥଳୀ ଓଡ଼ିଶା ପର୍ଯ୍ୟଟନ ବିଭାଗରେ ଅନ୍ତର୍ଭୁକ୍ତ, ରାସ୍ତା ନିର୍ମାଣ କାମରେ କେଁ ପୁରାଇଲା ବନ ବିଭାଗ…..
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ପଞ୍ଚାୟତର ମୁକୁଲିଙ୍ଗିଆ ଗ୍ରାମ ସ୍ଥିତ “କାଲିଗାଡୁ ହିଲ ଭିୟୁ ପଏଣ୍ଟ” ର ଦୃଶ୍ୟ ଅତି ମନୋରମ l ଯିଏ ସେହି ପର୍ଯ୍ୟଟନ ସ୍ଥଳୀକୁ ଥରେ ଯାଇଛି ବାରମ୍ବାର ଯିବାକୁ ମନ ବଳେଇବ l ଏଥିରେ ତିଳେ ମଧ୍ୟ ସନ୍ଦେହ ନାହିଁ l ପ୍ରାକୃତିକ
ସୌନ୍ଦର୍ଯ୍ୟ ସହ ପାହାଡ଼ ପର୍ବତ ଘେରା ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ସ୍ୱୀକାର କରିଛନ୍ତି ଦେଖଣାହାରୀ l ପ୍ରତ୍ୟେକ ଦିନ ମୁକୁଲିଙ୍ଗିଆ ପର୍ଯ୍ୟଟନ ସ୍ଥଳୀକୁ ୩୦୦ରୁ ଊର୍ଧ୍ୱ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି l
ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ମୁକୁଲିଙ୍ଗିଆ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଘୁ.ଉଦୟଗିରି ବ୍ଲକର ପ୍ରଥମ ଏବଂ ଏକମାତ୍ର ପର୍ଯ୍ୟଟନ ସ୍ଥଳୀ l ଯାହାକି ଅଞ୍ଚଳ ବାସୀଙ୍କ ନିମନ୍ତେ ଖୁସି ଓ ଗର୍ବର ବିଷୟ l ଏହି କିଛି ଦିନ ହେଲା ରାସ୍ତା ସମ୍ପ୍ରସାରଣ, ଉନ୍ନତିକରଣ କାର୍ଯ୍ୟ ଚାଲୁରହିଥିବା ବେଳେ କୌଣସି କାରଣ ବଶତଃ ଜଙ୍ଗଲ ବିଭାଗ ତରଫରୁ ରାସ୍ତା କାମ ବନ୍ଦ କରା ଯାଇଥିବା ବିବେକାନନ୍ଦ ପ୍ରଧାନ ଏବଂ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି l ଏହି ଅଂଚଳ ରାଜସ୍ବ ଅଂଚଳ ଅନ୍ତର୍ଭୁକ୍ତ ହୋଇ ଥିଲେ ସୁଦ୍ଧା ଘୁ .ଉଦୟଗିରି ବନ ବିଭାଗ ଜାଣି ସୁଣୀ ଏହାର ବିକାଶ କାମରେ କେଁ ପୁରାଇଲା ବୋଲି ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି l ଯାହା ଫଳରେ ରାସ୍ତାକାମ ଅଧାପନ୍ତରିଆ ହୋଇ ପଡ଼ି ରହିଛି l ଉକ୍ତ ରାସ୍ତା ଦେଇ ପର୍ଯ୍ୟଟକ ପାହାଡ଼ରେ ଚଢ଼ିବା ଏବଂ ଓଲ୍ହେଇବାରେ ଅସୁବିଧାର ସମୁଖୀନ ହେଉଛନ୍ତି l
ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ପାହାଡିଆ ରାସ୍ତା ନିମନ୍ତେ ପର୍ଯ୍ୟଟକ ଦୁଃଖ ପ୍ରକାଶ କରିଛନ୍ତି l ତେଣୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଞ୍ଚଳ ବାସୀ କହିଛନ୍ତି l ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବାରୁ ସିର୍କୀ ଓ ମୁକୁଲିଙ୍ଗିଆ ଗ୍ରାମବାସୀ ଖୁସିବ୍ୟକ୍ତ କରିଵା ସହ ରାଜ୍ୟ ସରକାରଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି l ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର “କାଲିଗାଡୁ ହିଲ ଭିୟୁ ପଏଣ୍ଟ” ରାସ୍ତାର ଉନ୍ନତିକରଣ ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନକୁ ଦାବୀ କରିଛନ୍ତି ଅଞ୍ଚଳ ବାସୀ l ଏହାକୁ ନେଇ ବିଭାଗୀୟ କରତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l