ଫୁଲବାଣୀ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ନୂତନ କର୍ମକର୍ତ୍ତା ଚୟନ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀର ଉପାସନା ଗୃହ ମଧ୍ୟରେ ଓଡ଼ିଆ ବାପ୍‌ଟିଷ୍ଟ ମଣ୍ଡଳୀର ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନ କାର୍ଯ୍ୟକୁ ଆ.ବିଜୟ କୁମାର କରାଡ଼, ନିର୍ବାଚନ ଅଧିକାରୀ ଓ ଆ.ଜିତେନ୍ଦ୍ରିୟ ସୁନା, ସହ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟନିର୍ବାହ କରିଥିଲେ । ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ସଭାପତି ଭାବେ ଇମ୍ମାନୁୟେଲ ରଥଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସମୀରଣ ନାୟକ, ସାଧାରଣ ସମ୍ପାଦକ ଗିଦିୟୋନ୍ ନାୟକ, ଯୁଗ୍ମ ସମ୍ପାଦକ ପ୍ରଭୃଦତ୍ତ ମିଶ୍ର, ସହ ସମ୍ପାଦକ ଆଶିଷ କୁମାର ସେନାପତି, କୋଷାଧ୍ଯକ ନିଥନିୟେଲ୍ ସିଂଙ୍କୁ ଚୟନ କରାଯାଇଛି l ସେହିପରି ପୁରୁଷ ଡିକନ୍ ଭାବେ ଆ.ସୁଇବର୍ଣ୍ଣ ନାୟକ, ଆ.ଦାନିୟେଲ୍ ନାୟକ, ରବିନ କୁମାର ସାମନ୍ତରାୟ, ସ୍ମୃତି ରଞ୍ଜନ ନାୟକ ମନୋନିତ ହୋଇ ଥିବା ବେଳେ ମହିଳା ଡିକନ ସୁସମା ମିଶ୍ର, ସୁନିତା ମିଶ୍ରଙ୍କୁ ଚୟନ କରାଯାଇଛି l ଏଥି ସହିତ କାର୍ଯ୍ୟ ନିର୍ବାହିକା କମିଟି ସଭ୍ୟ ଆଶିଷ ଚନ୍ଦ୍ର ମିଶ୍ର, ଅଜୟ ଚନ୍ଦ୍ର ମିଶ୍ର, ଅସିତ କୁମାର ଦାସ l ମହିଳା ସମିତି ସଭାନେତ୍ରୀ ତରୁଲତା ପରିଡ଼ା, ସମ୍ପାଦିକା ପୁଷ୍ପିତା ରାଉତ, କୋଷାଧ୍ୟକ୍ଷା ସୁଜାତା ମିଶ୍ର, ସଣ୍ଡେ ସ୍କୁଲ୍ ଅଧ୍ୟକ୍ଷା ଭାବେ ଦୁଲ୍ହନା ପ୍ରିୟଦର୍ଶିନୀ ମିଶ୍ର, ଉପାଧ୍ୟକ୍ଷା ସୁଜାତା ରାଣୀ ସେନାପତି, କୋଷାଧକ୍ଷ ରିବିକା ପାତ୍ର ପ୍ରମୁଖଙ୍କୁ ଚୟନ କରାଯାଇ ଥିବା ସାଧାରଣ ସମ୍ପାଦକ ଗିଦିୟୋନ୍ ନାୟକ ସୂଚନା ଦେଇଛନ୍ତି l ଖ୍ରୀଷ୍ଟିୟ ଉଦ୍‌ଯୋଗ ସମିତି ତରଫରୁ ପ୍ରତିନିଧି ସମ୍ପାଦକ ଶ୍ରୀ ପରିତୋଷ ଚନ୍ଦ୍ର ମିଶ୍ର ହୋଇଥିବା ଜଣାପଡିଛି ।