ବରାଳିନୀ ମାର୍କେଟ ଏନଏସି ଦୋକାନ ଗ୍ରୁହ ମରାମତି ପ୍ରସଗଂ: ଆରମ୍ଭ ହେଲା ହସ୍ତାନ୍ତର ପ୍ରକ୍ରିୟା, ମରାମତି ଏବଂ ଅଗ୍ରୀମ ସହିତ ଭଡା ବ୍ରୁଦ୍ଧିକୁ ନେଇ ଅସନ୍ତୋଷ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବରାଳିନୀ ମାର୍କେଟ ଏନଏସି ଦୋକାନ ଘର ଗୁଡିକ ବହୁ ବର୍ଷ ହେଲା ମରାମତି କରିବା ପାଇଁ ଦାବୀ ହେଉଥିବା ବେଳେ ଚଳିତ ବର୍ଷ ଜାନୁଆରୀ ପ୍ରଥମରୁ ବ୍ୟବସାୟୀମାନଙ୍କ ବ୍ୟବସାୟ ବନ୍ଦ କରି ମରାମତି କରିବାକୁ ଦିଆ ଗଲା । ମରାମତି କରିବାରେ ଅହେତୁକ ବିଳମ୍ବ ଯୋଗୁ ୭ ମାସ ଲାଗିଥିବା ବେଳେ ଏନଏସିକୁ ହସ୍ତାନ୍ତର କରିବାକୁ ଆଉ ଦେଢମାସ ସମୟ ଲାଗିଥିଲା । ଫଳରେ ପୂରା ନଅ ମାସ ଜୀବିକା ହରାଇ ବସିଛନ୍ତି ଏହି ଦୋକାନ ଘରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀ । ଏବେ ଆରମ୍ଭ ହୋଇଛି ହସ୍ତାନ୍ତର ପ୍ରକ୍ରିୟା । କିନ୍ତୁ ପୁଣି ଅଗ୍ରିମ ଏବଂ ଭଡା ବ୍ରୁଦ୍ଧି ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ସ୍ରୁଷ୍ଟି କରିଛି । ଏହି କ୍ଷୁଦ୍ର ବ୍ୟବସାୟୀମାନେ ୨୫/୩୦ ବର୍ଷ ପୂର୍ବେ ୩ ହଜାର ଲେଖାଏଁ ଅଗ୍ରୀମ ଦେଇଥିବା ବେଳେ ୩୦୦ ଟଙ୍କା ମାସିକ ଦୋକାନ ଘରଭଡା ଦେଇ ଆସୁଥିଲେ । କିନ୍ତୁ ଏବେ ମରାମତି ହେବା ପରେ ବଜାର ଦରକୁ ଭିତି କରି ଏନଏସି ରାଜସ୍ବ ବ୍ରୁଦ୍ଧି କରିବା ଅତ୍ଯନ୍ତ ଚିନ୍ତା ଜନକ ବୋଲି ବ୍ୟବସାୟୀ କହିଛନ୍ତି l ଏହି ଯୁକ୍ତିରେ ଅଗ୍ରୀମ ବାବଦକୁ ୧୦ ହଜାର ଟଙ୍କା ସହିତ ଏକ ହଜାର ଟକାଂ ମାସିକ ଭଡା ସ୍ଥିର କରିଛି । କରୋନାରେ ଦୁଇ ବର୍ଷ ଧରି ବ୍ୟବସାୟ ସଂପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ଏବେ ମରାମତି ପାଇଁ ୯ ମାସ ହେଲା ଦୋକାନ ବନ୍ଦ ହୋଇ ରହିବା ଦ୍ବାରା ବ୍ୟବସାୟୀଙ୍କ ଆର୍ଥିକ ମେରୁ ଦଣ୍ଡ ଭାଗିଂ ଦେଇଛି । ଏତିକି ବେଳେ ଏତେ ଟଙ୍କାର ଅଗ୍ରୀମ ହେବା ଜଟିଳ ସମସ୍ୟା ସ୍ରୁଷ୍ଟି କରିଛି । କେତେକ ବ୍ୟବସାୟୀ ବହୁ କଷ୍ଟରେ ଧାର ଉଧାର କରି ଅଗ୍ରୀମ ଟଙ୍କା ଯୋଗାଡ କରି ପୈଠ କରିଥିବା ବେଳେ କେତେକ ପୈଠ କରିବା ପାଇଁ ଅଧିକ ସମୟ ମାଗିଛନ୍ତି । ଅନ୍ୟ ପଟେ ମରାମତି ହେଲା ସତ କିନ୍ତୁ ଯେତିକି ଜିଆଇ ସିଟ ବାହାରକୁ ରହିବା କଥା ସେତିକି ରଖାଗଲା ନାହିଁ । ଯାହା ଦ୍ୱାରା ବର୍ଷା ହେଲେ ଗ୍ରାହକଟିଏ ଠିଆ ହେବା କଷ୍ଟକର ହୋଇଥିବା ବେଳେ ଲୁହା ଡୋର ଗୁଡିକରେ ପାଣି ପଡି ଶିଘ୍ର ନଷ୍ଟ ହେବା ଆସକାଂ ଦେଖା ଦେଇଛି ।