ହାତିଶାଳ ଉଚ୍ଚପ୍ରାଥମିକ ଓ ପୁକୁଲିଙ୍ଗିଆ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ କୃତ୍ରିମ ଗାଁ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ହାତିସାଳ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ କୃତ୍ରିମ ଗାଁ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ମିହିର କାନ୍ତ ପ୍ରଧାନ ଏବଂ ସମ୍ବାଦିକ ସମୀର କୁମାର ପାଢ଼ୀ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କୃତ୍ରିମ ଗାଁ ହାଟରେ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ପରିବା, ଲୁଗା, ଖେଳଣା, ବହି ଖାତା ଓ ପ୍ରସାଧନ ସାମଗ୍ରୀର ପସରା ମେଲାଇ ପିଲାମାନେ ପ୍ରକୃତ ହାଟର ବେପାରୀ ଭଳି ଅଭିନୟ କରି ବସିଥିଲେ ।

csp

ହାଟରେ ବ୍ୟବସାୟ କୌଶଳ, ଜିନିଷର ମାପ ଓଜନ ଓ ବିକ୍ରୟ ହିସାବ ସମ୍ପର୍କରେ ଛାତ୍ରଛାତ୍ରୀ ଜ୍ଞାନ ଆହରଣ କରିଥିଲେ । କୃତ୍ରିମ ହାଟକୁ ପରିଚାଳନା କରିବାପାଇଁ ପ୍ରଧାନଶିକ୍ଷୟିତ୍ରୀ ନିନିମା ପ୍ରଧାନ, ଶିକ୍ଷକ ନିବେଦିତ ପ୍ରଧାନ, ପ୍ରଫୁଲ କୁମାର ସାହୁ, କୃଷ୍ଣଚନ୍ଦ୍ର ଚୌଧୁରୀ ଏବଂ ଶିକ୍ଷୟିତ୍ରୀ ଝରଣା ନାୟକ, ସବିତା ପାଣିଗ୍ରାହୀ ଓ ମାମୁନି ସାହୁ ପ୍ରମୁଖ ସହ ଯୋଗ କରିଥିଲେ । ସେହି ପରି ଭାବରେ ଟିକାବାଲି ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ପୁକୁଲିଙ୍ଗିଆ ପ୍ରାଥମିକ ବିଦ୍ୟାଳୟ ତରଫରୁ ମଧ୍ୟ ବିଦ୍ୟାଳୟ ପରିସରରେ ଆମ ବଜାର ନାମରେ ଏକ କୃତ୍ରିମ ବଜାର ତିଆରି କରି ସେଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଭୂମିକାରେ ଭାଗ ନେବାପାଇଁ ଉତ୍ସାହ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଏହି କୃତ୍ରିମ ବଜାରରେ ବ୍ୟବସାୟ କରି ପ୍ରତ୍ୟେକ ଜିନିଷକୁ ଚିହ୍ନିବା ଓ ଜାଣିବା ସହିତ ହିସାବ କିତାବ କରିବାର ଧାରଣା ପାଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିନିତା ପ୍ରଧାନ, ସହକାରୀ ଶିକ୍ଷକ ବିସୁମନ ପ୍ରଧାନ ଓ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୃତ୍ରିମ ବଜାର ତିଆରି କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୁଷ ପ୍ରଧାନ ପ୍ରବେଶ ଦ୍ଵାରରେ ଠିଆ ହୋଇ ବଜାର ଭିତରକୁ ଆସୁଥିବା ଗ୍ରାହକମାନଙ୍କୁ ସାନିଟାଇଜର୍ ହାତରେ ଦେଇ ଭିତରକୁ ପ୍ରବେଶ କରିବାକୁ ଦେଉଥିଲା ବେଳେ, ସୁଧାଂଶୁ ଶେଖର ପ୍ରଧାନ, ଅନିତା ନାୟକ, ସୁହାନି ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ଜାପ୍ଲୀନ୍ ଦିଗାଲ ଓ ଶିବାନୀ ପ୍ରଧାନ ପ୍ରମୁଖ ଆମ ବଜାରରେ ବିଭିନ୍ନ ବ୍ୟବସାୟୀ ଭାବେ କାର୍ଯ୍ୟ କରି ଜିନିଷ କିଣୁଥିବା ଗ୍ରାହକମାନଙ୍କୁ ଜିନିଷ ସାଥିରେ ବିଲ୍ ଦେଇ ମ୍ୟାନେଜରଙ୍କୁ ବିଲ୍ ହିସାବ ପୈଠ କରିବାକୁ ମଧ୍ୟ କହୁଥିଲେ । ମ୍ୟାନେଜର ଭାବେ କୁମାର ଅଭିଜିତ ତାଙ୍କ ଦାୟିତ୍ଵ କରୁଥିବା ବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଗ୍ରାହକ ହୋଇ ଜିନିଷ କିଣି ମ୍ୟାନେଜରଙ୍କୁ ବିଲ୍ ପୈଠ କରି ଫେରୁଥିବା ସମୟରେ ପ୍ରସ୍ଥାନ ଦ୍ଵାରରେ ଠିଆ ହୋଇ ଶୁଭଙ୍କର ପ୍ରଧାନ ରସିଦ ଦେଖି ଜିନିଷ ଗୁଡିକୁ ତନଖି ବାହାରକୁ ଛାଡୁ ଥିବାର ଦେଖିବାକୁ ମିଳିଥିଲା । ଶେଷରେ ବରିଷ୍ଟ ଶିକ୍ଷକ ଦୁର୍ଗା ପ୍ରସାଦ ସାହୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିବାରୁ ଏବଂ ସେମାନେ ଏହି କୃତ୍ରିମ ବଜାରରୁ କିଛି ଶିକ୍ଷା ଆହରଣ କରିପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।