ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳରେ ନୂତନ ଜିଲ୍ଳାପାଳ ଆସିଶି ଈଶ୍ୱର ପାଟିଲ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଅଭିନବ ଉପାୟରେ ଦୁର୍ଗମ ଅଞ୍ଚଳରେ ଜନସାଧରଣଙ୍କ ନିକଟତର ହେବାକୁ ପରିବର୍ତ୍ତନ ମେଳାର ଶୁଭାରମ୍ଭ ହୋଇଯାଇଛି l ଆଜି ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ଲିଂଗାଗଡ ଗ୍ରାମପଂଚାୟତର ହସ୍ତିନାପୁର ଠାରେ ଆୟୋଜିତ ମେଳାରେ ଉପ ଜିଲ୍ଲାପାଳ ଫୁଲବାଣୀ ଶେଷଦେବ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟତମ ଅଟିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ସରପଞ୍ଚ ଅବଲାକର ପ୍ରଧାନ, ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ଲିଳିମା ପ୍ରଧାନ ସମେତ ୮ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଥିବା ବେଳେ କୃଷି, ଜଙ୍ଗଲ , ଉଦ୍ୟାନ, ମହିଳା ଶିଶୁ ବିକାଶ ଓ ମୂର୍ଟିକା ସଂରକ୍ଷଣ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରିଥଲେ l ସେହିପରି ବନ ବିଭାଗ ଦ୍ବାରା ପାଲା ପରିବେଷଣ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରତିମାସରେ ବିଭିନ୍ନ ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି । ବ୍ଲକ ପ୍ରକଳ୍ପ ସଂଯାଯୋଗ ଜଗନ୍ନାଥ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରପଞ୍ଚ ଅବଲାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।