ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ ଘଟଣା: ଉପ ଜିଲ୍ଲାପାଳଙ୍କ ହସ୍ତକ୍ଷେପ, ଦୁଇ ଗୋଷ୍ଠିଙ୍କୁ ନେଇ ଆଲୋଚନା ପରେ ହେଲା ସମାଧାନ……
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ଚାରିଛକ ଠାରେ ବିଶ୍ରାମଗାର ନିର୍ମାଣ କରିବା ନେଇ ଦୁଇ ଗୋଷ୍ଠି ମଧ୍ୟରେ ଅସନ୍ତୋଷ ଦେଖା ଦେଇ ଥିଲା l ଯାହା ପାଇଁ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଚାପା ଉତେଜନା ସୃଷ୍ଟି ହୋଥିଲା l ଏହି ଘଟଣାକୁ ନେଇ ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ବ୍ଳକ ସଭାଗୃହରେ ଦୁଇ ଗୋଷ୍ଠିଙ୍କୁ ନେଇ ଆଲୋଚନା କରାଯାଇ ବୁଝାସୁଝା ପରେ ଉଭୟଙ୍କ ଦାବୀ ପୂରଣ କରି ସମାଧାନ କରିଥିଲେ । ଫଳରେ ଦୁଇ ଗୋଷ୍ଠି ମଧ୍ୟରେ ଆପୋଷ ବୁଝାମଣା ହେବା ସହ ଦୁର୍ଗା ପୂଜା ମଧ୍ୟ ପ୍ରତିବର୍ଷ ଭଳି ଆନନ୍ଦ ଉଲ୍ଲାସରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ବ୍ଳକ ବାସୀଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ବିଶ୍ରାମଗାଇ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତେଜନା ପ୍ରଶ୍ରମିତ ହୋଇଥିବା ପ୍ରକାଶ ପାଇଛି । ଏହି ଆଲୋଚନାରେ ଉପ ଜିଲ୍ଲାପାଳଙ୍କ ସହିତ ଏସ ଡି ପି ଓ ଗୁଣ୍ଡାଲା ରାଘେବେନ୍ଦ୍ର ରେଡି, ବିଡିଓ ଗଦାଧର ପାତ୍ର , ତହସିଲଦାର ଡା.ଅଶୋକ କୁମାର ଦାସ ଓ ଥାନା ଅଧିକାରୀ କୌଶିକ ମାଝୀ ଉପସ୍ଥିତ ଥିଲେ । ସୂଚନା ମୁତାବକ ଗତ ୨୦ ତାରିଖ ଦିନ ଉକ୍ତ ଜମିକୁ ବଣିକ ସଂଘ ପକ୍ଷରୁ ଜେସିପି ଲଗାଇ ସଫା ଓ ସମତଳ କରାଯାଉଥିଲା । ଏହାକୁ ବିରୋଧ କରି ବନ୍ଦ କରିବା ପାଇଁ କିଛି ନେତୃତ୍ବ ବ୍ୟକ୍ତି ଜେସିପି ବନ୍ଦ କରିଥିଲେ । ଏହି ଘଟଣାକୁ ନେଇ ୨୧ତାରିଖ ଦିନ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଡା. ଅଶୋକ କୁମାର ଦାସ, ବିଡିଓ ଗଦାଧର ପାତ୍ର ଓ ଥାନା ଅଧିକାରୀ କୌଶିକ ମାଝୀଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆଲୋଚନା କରିଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ସାଧାରଣ ଜନତା ତହସିଲ କାର୍ଯ୍ୟାଳୟରୁ ଫେରି ଉକ୍ତ ଜମିକୁ ତାର ଜାଲିରେ ଆବଦ୍ଧ କରୁଥିଲେ । ଖବର ପାଇ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜନସାଧାରଣଙ୍କୁ ବୁଝାସୁଝା କରି ଏହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ବନ୍ଦ କରିଥିଲେ ।