ଭୋଟର ସଚେତନତା ରଥର ଶୁଭାରମ୍ଭ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ୯ ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭୋଟର ସଚେତନତା ରଥର ଶୁଭାରମ୍ଭ କରିଥିଲେ । ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ଭୋଟର କାର୍ଡ ସହ ଆଧାର ସଂଯୋଗୀକରଣ କରିବା ଓ ଭୋଟର ସଚେତନ ହେବା ନିମନ୍ତେ ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର କରି ଗୁଣପୁର ଓ ବିଷମ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ରଥ ପରିକ୍ରମା କରିବ । ଏହି ଅବସରରେ ଉପ ଜିଲ୍ଲାପାଳ ସମସ୍ତ ଭୋଟରମାନଙ୍କ ଉଧ୍ୟେଶରେ କହିଥିଲେ ଯେ, ନିଜେ ନିଜର ମୋବାଇଲରେ ମଧ୍ୟ ଭୋଟର ହେଲ୍ପ ଲାଇନ ଡାଉନ ଲୋଡ଼ କରି ନିଜର ଭୋଟର ପରିଚୟ ପତ୍ର ସହ ଆଧାର ସଂଯୋଗୀ କରଣ କରିପାରିବେ । ସେହିପରି ପ୍ରତି ବୁଥରେ ମଧ୍ୟ ବୁଥ ଲେବୁଲ ଅଧିକାରୀ ଅଛନ୍ତି, ସେମାନଙ୍କ ସାହାଯ୍ୟ ମଧ୍ୟ ନେଇ ପାରିବେ । ଏହି ରଥ ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର ପୌରାଞ୍ଚଳ, ଗୁଣପୁର ବ୍ଲକ, ପଦ୍ମପୁର ବ୍ଲକ, ଗୁଡରି ବ୍ଲକ, ଗୁଡରି ବିଜ୍ଞାପିତ ଅଞ୍ଚଳ, ରାମନଗୁଡା ବ୍ଲକ, ଚନ୍ଦ୍ରପୁର ବ୍ଲକ ଓ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଷମକଟକ, ମୁନିଗୁଡା, କୋଲନରା, କଲ୍ୟାଣସିଂହପୁର ଆଦି ଅଞ୍ଚଳ ପରିକ୍ରମା କରି ଭୋଟରମାନଙ୍କୁ ସଚେତନ କରିବ । ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ସମେତ ଗୁଣପୁର ତହସିଲଦାର ଶ୍ରୀ ଶରତ ଚନ୍ଦ୍ର ନାୟକ, ବ୍ଲକ ସହକାରୀ ଯନ୍ତ୍ରୀ, ଉପ ବିଭାଗୀୟ ଅଧିକାରୀ ମନୋରଂଜନୀ କାର୍ଜି, ନିର୍ବାଚନ ବିଭାଗୀୟ ସହାୟକ ସୁଶାନ୍ତ କୁମାର ଦାସ, ପ୍ରସନ୍ନ କୁମାର ପଣ୍ଡା ତଥା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଗୁଣପୁର ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଅନନ୍ତ ପାତ୍ର ଯୋଗାଇ ଦେଇ ପ୍ରଚାର କରିଥିଲେ ।