ଅନୁସନ୍ଧାନ ଭାରତ(ବ୍ୟୁର): ଭାରତୀୟ ଜନତା ପାର୍ଟି ଗୁଣୁପୁର ନିର୍ବାଚନୀ ମଣ୍ଡଳ ତରଫରୁ ଗୁଣୁପୁର ବିଜେପି କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ବିଷ୍ଣୁ ସେଠିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଧାମନଗର ବିଧାୟକ ତଥା ଓଡ଼ିଶା ବିଧାନ ସଭା ଉପନେତା ସ୍ୱର୍ଗତ ବିଷ୍ଣୁ ସେଠି ଜଣେ ଧାମ୍ବିକ ଏବଂ ସ୍ପର୍ଷ୍ଟବାଦୀ ନେତା ଏବଂ ଭାରତୀୟ ଜନତା ପାର୍ଟିର ଜଣେ ତୁଙ୍ଗ ନେତା ଥିଲେ ଏବଂ ତାଙ୍କ ବିୟୋଗରେ ଓଡିଶା ଜଣେ ଉଜ୍ବଲ ତାରକାଙ୍କୁ ହରାଇଲା ବୋଲି ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ କୁମାର ସାହୁ , ଜିଲ୍ଲା ଉପସଭାପତି ୱାଇ ଗଣପତି ରାଓ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଅମର ସାହୁ , ଜଗନ୍ନାଥପୁର ସଭାପତି ପୃଥିବୀରାଜ ପାଢ଼ୀ, ଆଇ ଏମ୍ ପାଢ଼ୀ, ସାରଙ୍ଗ ନଗବଂଶ, ଦିଲୀପ କୁମାର ବାଉରୀ, ଟି. କ୍ରିଷ୍ଣା,ଟିଙ୍କୁ ପଣ୍ଡା, ଗୋପାଳ କୃଷ୍ଣ ଦେବ ପତ୍ର, ଭାଗ୍ବାନ ଚୌଧୁରୀ, ଜୟଦେବ ପଣ୍ଡା, ରମେଶ ସାହୁ, କେ.ପଦ୍ମା, ଭାର୍ଗବ, ଅମିତ୍ ଷଡ଼ଙ୍ଗୀ, ଦିଲୀପ ନାଗବଂଶ ପ୍ରମୁଖ ସ୍ୱର୍ଗତ ବିଷ୍ଣୁ ସେଠିଙ୍କ ସ୍ମୃତି ଚାରଣ କରିଥିଲେ l