ପାରଳାଖେମୁଣ୍ଡି ଫରେଷ୍ଟ ଗେଟ ଛକ ନିକଟରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା……..

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ କରିବା ଊଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଚ୍ଥି । ଅପରାହ୍ନ ୪ଟାରେ ପାରଳାଖେମୁଣ୍ଡି ସଦର ମହକୁମାରେ ପହଞ୍ଚିଲା ଅହିଂସା ରଥ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ଭବ୍ୟ ସ୍ଵାଗତ କରିବା ପାଇଁ ସମାରୋହ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଓ ଏସ୍ପି ତଥା ଅତିରିକ୍ତ ଜିଲ୍ଲାପାଳ,  ଉପ ଜିଲ୍ଲାପାଳ, ପୈାର ପରିଷଦ ଅଧ୍ୟକ୍ଷା, ତଥା ବହୁ ଅଧିକାରୀ, ଶତାଧିକ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପୈାର ପରିଷଦର ସଫେଇ କର୍ମଚାରୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ବିଭିନ୍ନ ବିଭାଗର କର୍ମଚାରୀ,  ଶତାଧିକ ଲୋକ ଯୋଗ ଦେଇ ଅହିଂସା ରଥକୁ ସ୍ବାଗତ କରି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପକୁ ନେଇଥିଲେ । ସେଠାରେ ଆୟୋଜିତ  ସାଧାରଣ ସଭାରେ ସ୍ୱାଧୀନତା ସଂଗ୍ରାମର ଗାଥା ଚଳଚିତ୍ର ମାଧ୍ୟମରେ ପ୍ରସାର କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମ ସହ ଜଡିତ ବିଶେଷ ସ୍ମୃତି କାର୍ଯ୍ୟକ୍ରମମାନ ପ୍ରଦର୍ଶନ କରାଯାଇଥିଲା । ବୁଧବାର ଠାରୁ ଗୁରୁବାର ଦୁଇ ଦିନ ଧରି ଏହି ରଥ ଜିଲ୍ଲା ପରିକ୍ରମା କରିବ । ଜିଲ୍ଲାର ସବୁ ଅଞ୍ଚଳରେ ରଥକୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ସହ ଭିଡିଓ ପ୍ରଦର୍ଶନ, ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି । ଏ ନେଇ ଆବଶ୍ୟକ ପ୍ରସ୍ତୁତି ତଥା  ଅହିଂସା ରଥ ଯାତ୍ରାକୁ ସୁଗମ ଓ ଶୃଙ୍ଖଳିତ କରିବାକୁ ଗଜପତି ପୁଲିସ ନିୟୋଜିତ କରାଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦେଇଚ୍ଥନ୍ତି । କାର୍ଯ୍ୟକ୍ରମରେ ଜନ ପ୍ରତିନିଧି, ଅଙ୍ଗନୱାଡି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଚ୍ଥାସେବୀ ଓ ଚ୍ଥାତ୍ରଚ୍ଥାତ୍ରୀଙ୍କୁ ସାମିଲ ହେବାକୁ ନିବେଦନ କରାଯାଇଚ୍ଥି । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଆନନ୍ଦ ନେବା ସହ ଅହିଂସା ଓ ଦେଶପ୍ରେମରେ ଊଦ୍‌ବୁଦ୍ଧ ହେବାପାଇଁ ଜିଲ୍ଳ୍‌  ପ୍ରଶାସନ ତରପଂରୁ ନିବେଦନ କରାଯାଇଚ୍ଥି l