ବଂଶଧାରା ନଦୀ ବାଲି ଉଠାଣ ମାମଲା, ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ନାମରେ ସମ୍ପୃକ୍ତିକୁ ନେଇ ପ୍ରେସ ୟୁନିଅନର ଗୁଣପୁର ଥାନା ଅଧିକାରୀଙ୍କ ସହ ଆଲୋଚନା…….
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ବଂଶଧାରା ନଦୀ ପଠାରୁ ବାଲି ଉଠାଣକୁ ନେଇ ଗୁଣୁପୁର ପୌର ପରିଷଦର କତୁରୁ ଗ୍ରାମବାସୀଙ୍କ ରାୟଗଡା ଜିଲ୍ଲାପାଳ ସ୍ୱାଧୀ ଦେବ ସିଂ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼କ୍ଟର ବିବେକାନନ୍ଦ ଶର୍ମାଙ୍କୁ ଚଳେଇ ଚଳେଇ ନେବା ଘଟଣାରେ ମୁଖ୍ୟ ଆସାମୀ ସଞ୍ଜୟ ସାହୁଙ୍କ ସହ ଉଭୟ କତୁରୁ ଏବଂ ବିକ୍ରମପୁରର ୪୫ ରୁ ଉର୍ଦ୍ଧ ଲୋକଙ୍କ ନାମରେ ମାମଲା ରୁଜ୍ଜୁ କଲା ଗୁଣପୁର ପୁଲିସ l ଏହି ମାମଲାରେ ଗୁଣପୁରର ଜଣେ କାର୍ଯ୍ୟରତ ସାମ୍ବାଦିକ ନରସିଂହ ମହାନ୍ତିଙ୍କ ନାମ ଥିବାରୁ ଏବଂ ନରସିଂହ ମହାନ୍ତିଙ୍କ ନିବେଦନକୁ ଆଧାର କରି ଆଜି ଗୁଣୁlପୁର ପ୍ରେସ ୟୁନିଅନର ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ପ୍ରେସ ୟୁନିଅନର ଏକ ଦଳ ଗୁଣପୁର ଆଦର୍ଶ ଥାନା ଅଧିକାରୀ ନୀଳାମ୍ବର ଜାନିଙ୍କୁ ଭେଟି ଏବାବଦରେ ଆଲୋଚନା କରିଛନ୍ତି l ନରସିଂହ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକ ଏବଂ ଏହି ବାଲି ଉଠାଣ ମାମଲାରେ ତାଙ୍କ ନାମ ଥିବାରୁ ପୁଲିସ ଆବଶ୍ୟକ ନ୍ୟାୟ ଦେବାକୁ ପ୍ରେସ ୟୁନିଅନ ତରଫରୁ ଥାନା ଅଧିକାରୀଙ୍କୁ ଜଣାଇ ଦିଆ ଯାଇଥିଲା l ଥାନା ଅଧିକାରୀ ନୀଳାମ୍ବର ଜାନି ଏବଂ ତଦନ୍ତ କାରୀ ଅଧିକାରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆମ ଟିମକୁ ନିର୍ଭର ପ୍ରତିଶୃତି ଦେଇଛନ୍ତି l ଗୁଣପୁର ପ୍ରେସ ୟୁନିଅନ ସବୁ ବେଳେ ଲୋକଙ୍କ ପାଇଁ ଏବଂ ଗୁଣୁପୁର ତଥା ରାୟଗଡା ଜିଲ୍ଲାର ବିକାଶ ପାଇଁ କାମ କରିବ ବୋଲି ପ୍ରେସ ୟୁନିଅନର ସଭାପତି ପ୍ରମୋଦ ସାହୁ ଜଣାଇଛନ୍ତି l ଏହି ସାକ୍ଷାତ ସମୟରେ ପ୍ରେସ ୟୁନିଅନର ସମ୍ପାଦକ ରାଜେଶ ପଣ୍ଡା ଆବାହକ ଅନିଲ ସାହୁକାର ବ୍ରଜ ପାଢ଼ୀ, ସନ୍ତୋଷ ଗୁରୁ, ରାମ ମହାନ୍ତି, ରବି ମୋହିନୀ, ସନ୍ତୋଷ ସୁବୁଦ୍ଧି, ସୁନୀଲ କୁମାର ସାବତ ପ୍ରମୁଖ ଉପସ୍ଥିତ ଥିଲେ l