ଖବର କାଗଜ “ଅନୁସନ୍ଧାନ ଭାରତ” ଲୋକାର୍ପିତ: ଅନୁସନ୍ଧାନ ଭାରତ ଲୋକଙ୍କ ଖବର କାଗଜ ନିରପେକ୍ଷ, ନିର୍ଭିକ୍ଷ ଖବର ପ୍ରକାଶ କରି ବେଶ ଲୋକଙ୍କ ବିଶ୍ୱାସ ଭାଜନ ଓ ଲୋକପ୍ରିୟ ହୋଇପାରିଛି, ଆଗାମୀ ଦିନରେ ମଧ୍ୟ ଅନୁସନ୍ଧାନ ଭାରତ ଖବର କାଗଜର ଏହି ପ୍ରୟାସ ଜାରୀ ରହିବ- ଗଗନ କୁମାର ପ୍ରଧାନ, ସମ୍ପାଦକ
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ କଲ୍ୟାଣ ମଣ୍ଡପ ଠାରେ ସମ୍ପାଦକ ଗଗନ କୁମାର ପ୍ରଧାନଙ୍କ ସମ୍ପାଦନା ଦ୍ୱାରା ଘୁ.ଉଦୟଗିରି ଠାରୁ ପ୍ରକାଶିତ ହେଉ ଥିବା ଖବର କାଗଜ ଅନୁସନ୍ଧାନ ଭାରତ ଲୋକାର୍ପିତ ହୋଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମେରିକାର ପ୍ରବାସୀ ଭାରତୀୟ ଆଚାର୍ଯ୍ୟ ହେମନ୍ତ କୁମାର ତାଣ୍ଡି ଯୋଗ ଦେଇ ଅନୁସନ୍ଧାନ ଭାରତ ଖବର କାଗଜର ଲୋକାର୍ପଣ କରିଛନ୍ତି I
ଏହା ସହ ମୁଖ୍ୟ ବକ୍ତା ଭାବେ ଡ଼ଃ ନଳିନୀ କୁମାର ପାଣିଗ୍ରାହୀ ଯୋଗ ଦେଇ ଥିବା ବେଳେ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ଏମ.ଡି. ଜାମିଲ, ମନୋରଞ୍ଜନ ସିଂ, ପି. ସଞ୍ଜିବ କୁମାର ପାତ୍ର, ସମୀର କୁମାର ପାଢ଼ୀ, ଅରୁଣ କୁମାର ଷଡ଼ଙ୍ଗୀ,ଡ଼ଃ ପ୍ରଦୀପ ମଲ୍ଲିକ, ପ୍ରଫେସର ସୁଧାଂଶୁ ଶେଖର ମେହେର, ହୃଷିକେଶ ପ୍ରଧାନ, କିଶୋର ଚନ୍ଦ୍ର ନାୟକ, ଡ଼ଃ ଦିଲ୍ଲୀପ କୁମାର ବଳ ଏବଂ କାଉନସିଲର ଲକ୍ଷ୍ମୀପ୍ରିୟା ପରିଛା, କୁନ୍ତିମା ମଲ୍ଲିକ, ସଂଗୀତା ନାୟକ, ନିଶାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I
ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥି ଖବର କାଗଜ ଅନୁସନ୍ଧାନ ଭାରତର ଉନ୍ନତି କାମନା କରି ସମ୍ପାଦକ ଗଗନ କୁମାର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I ଅନୁସନ୍ଧାନ ଭାରତ ଲୋକଙ୍କ ଖବର କାଗଜ ନିରପେକ୍ଷ, ନିର୍ଭିକ୍ଷ ଖବର ପ୍ରକାଶ କରି ବେଶ ଲୋକଙ୍କ ବିଶ୍ୱାସ ଭାଜନ ଓ ଲୋକପ୍ରିୟ ହୋଇପାରିଛି, ଆଗାମୀ ଦିନରେ ମଧ୍ୟ ଅନୁସନ୍ଧାନ ଭାରତ ଖବର କାଗଜର ଏହି ପ୍ରୟାସ ଜାରୀ ରହିବ ବୋଲି ସମ୍ପାଦକ ଗଗନ କୁମାର ପ୍ରଧାନ ବକ୍ତବ୍ୟରେ କହି ଥିଲେ I
ଏହି ଅବସରରେ ପ୍ରେସକ୍ଲବର ସମସ୍ତ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ରହିଥିଲେ ଅନୁସନ୍ଧାନ ଭାରତ ଖବର କାଗଜର ଉତ୍ତରତ୍ତୋର କାମନା କରିଥିଲେ I ଅନୁସନ୍ଧାନ ଭାରତ ଖବର କାଗଜର ଲୋକାର୍ପିତ ଅବସରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ସମୀର କୁମାର ପାଢୀ, ଅରୁଣ କୁମାର ଷଡ଼ଙ୍ଗୀ, ପତିତପାବନ ସାହୁ, ଦେବନାଥ ଦଳବେହେରା, ପ୍ରଶନ କୁମାର ମିଶ୍ର, ଅନିଲ କୁମାର ଦଳ ବେହେରା, ଚିନ୍ମୟ ସେଠି, ସୁଜିତ କୁମାର ସାହୁ, କେ ଲିଲିମା ରାଓ, ତପଶ୍ୱିନୀ ମଲ୍ଲିକ, ସାମ୍ବାଦିକ ଫିଲିପି ଦିଗାଳ, ଇମାନୁୟେଲ ନାୟକ, କ୍ଷୀରୋଦ ଶାହାଣୀ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଶୁଭକାମନା କରିଛନ୍ତି I
ଏହି କାର୍ଯ୍ୟକ୍ରମରେ ଅନୁସନ୍ଧାନ ଖବର କାଗଜର ସମ୍ପାଦକ ଗଗନ କୁମାର ପ୍ରଧାନ ସଭାପତିତ୍ୱ କରି ଥିବା ବେଳେ ସାମ୍ବାଦିକ ଅରୁଣ କୁମାର ଷଡ଼ଙ୍ଗୀ ଉପସ୍ଥିତ ଅତିଥିଙ୍କ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସମାପ୍ତ କରି ଥିଲେ I