ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର କ.ନୂଆଙ୍ଗା ବ୍ଲକ ନିକଟରେ ଅଜଣା ଗାଡି ଧକ୍କା ହେବା ଫଳରେ ଜଣେ ବାଇକ ଆରୋହିଙ୍କ ମୃତ ଘଟି ଥିବା ସୂଚନା ମିଳିଛି l ଖବର ମିଳିଛି ଯେ ବାଇକ ଆରୋହି ଜଣକ ସାରଂଗଡ଼ରୁ ବାଲିଗୁଡା ଆସିବା ସମୟରେ ଡମେରିକିଆ ସବେଲି ଜଙ୍ଗଲ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ l ବାଇକ ଆରୋହି ବୁଦ୍ରୁକିଆ ଅଞ୍ଚଳର ଏଲିୟ ଦିଗାଲ ବୟସ ୩୫ ବର୍ଷ ହୋଇ ଥିବା ପୁଲିସ ପକ୍ଷରୁ କୁହା ଯାଇଛି l ମୃତ ଯୁବକ ଜଣକ ସାରଂଗଡ଼କୁ କିଛି ବ୍ୟକ୍ତିଗତ କାମରେ ଯାଇ ବାଲିଗୁଡା ନିଜ ଘର ବୁଡ଼ରୁକିଆ ଗ୍ରାମକୁ ଫେରୁଥିଲେ l ଦୁର୍ଘଟଣା ହେବା ପରେ ଲୋକମାନେ ୧୦୮କୁ ଯୋଗା ଯୋଗ କରି କ.ନୂଆଙ୍ଗା ମେଡ଼ିକାଲ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି l କ.ନୂଆଙ୍ଗା ପୁଲିସ ଏକ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିବା l