କନ୍ଧମାଳ ଜିଲ୍ଳା ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ କର୍ମକର୍ତା ନିର୍ବାଚନ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଳା ଔଷଧ ବ୍ୟବସାୟୀ ସଂଘର ସମସ୍ତ କର୍ମକର୍ତାଙ୍କୁ ନେଇ ୨୨ ତମ ସାଧାରଣ ଅଧିବେଶନ ତଥା କର୍ମକର୍ତା ନିର୍ବାଚନ ବାଲିଗୁଡା ସଭାଗୃହ ଠାରେ ଦିନ ୧୧.୩୦ ମିନିଟ ସମୟରେ ଆୟୋଜିତ ହୋଇଥିଲା l ଏଥିରେ ନୂତନ କର୍ମକର୍ତା ନିର୍ବାଚିତ ହୋଇଥିଲେ l ସଭାପତି ଭାବେ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ଭାବେ ଲଷ୍ମୀଧର ସାହୁ, ୟୁ. ବଳରାମ ପାତ୍ର, ସୁକାନ୍ତ କୁମାର ପାତ୍ର, ଚନ୍ଦ୍ରଶେଖର ପଣ୍ଡା, ସାଧାରଣ ସମ୍ପାଦକ ଭାବେ ରାମଚନ୍ଦ୍ର ପାତ୍ର, କୋଷାଧକ୍ଷ ଅଶୋକ କୁମାର ପୃଷ୍ଟି, ସହ ସମ୍ପାଦକ ଦିଲୀପ କୁମାର ସାହୁ, ଓଁ ପ୍ରକାଶ ବେହେରା, ଭି. ତିରୁପତି ରାଓ, ସଂଘାଠନିକ ସମ୍ପାଦକ ଭାବେ ରବି ନାରାୟଣ ପାତ୍ର, ୟୁସିଡ଼ିଏର ସଭାପତି ପି. ସତ୍ୟନାରାୟଣ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର, ଅଭ୍ୟନ୍ତରିଣ ହିସାବ ନିରୀକ୍ଷଣ ରୂପେ ସିମାଞ୍ଚଳ ଦାସ, ମନୋଜ କୁମାର ପଣ୍ଡା, ଜନସମ୍ପର୍କ ସମ୍ପାଦକ ବିରଜା ପ୍ରସାଦ ପଟନାୟକ, ଉପଦେଷ୍ଟା ଭାବେ ଅଶୋକ କୁମାର ମହାଙ୍କୁଡ ଓ ପୂର୍ଣଚନ୍ଦ୍ର ବେହେରା, ସମ୍ବଲପୁର ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ ଯୋଗ ଦେଇଥିଲେ, ପର୍ଯ୍ୟବେକ୍ଷକ ଭାବେ ନୟାଗଡର ସଭାପତି ପ୍ରହଲ୍ଲାଦ ସାହୁ, ଗଞ୍ଜାମ ଜିଲ୍ଳା ସଭାପତି ଭାବେ ବିଷ୍ଣୁ ପ୍ରସାଦ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ l ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତା ନିର୍ବାଚନ କରାଯାଇଛି l ଆଜିର ନିର୍ବାଚନକୁ ନିର୍ବାଚନ ଅଧିକାରୀ ଭାବେ ଲଷ୍ମୀଧର ସାହୁ ଓ ସହ ନିର୍ବାଚନ ଅଧିକାରୀ ଭାବେ ଦିଲୀପ କୁମାର ସାହୁ ପରିଚାଳନା କରିଥିଲେ l