ଅନୁସନ୍ଧାନ ଭାରତ(ବ୍ୟୁର): ଏମାର୍ଟ ଭାରତୀୟ କଳା ଏବଂ ସାଂସ୍କୃତିକ କେନ୍ଦ୍ର ଗୁଣପୁର ଶାଖା ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗୁଣପୁର ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପ ଠାରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ଅତିଥି ଭାବେ ଶ୍ରୀ ଅକ୍ଷୟ ଦାସ, ଶ୍ରୀ ଗୌରୀ ତ୍ରିପାଠୀ, ଶ୍ରୀ ଶିବ ଦାସ ଏବଂ ଶ୍ରୀମତୀ ସର୍ମିଳା ସାମନ୍ତରାୟ ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ l ଶ୍ରୀ ଗଣେଶ ମାଳି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l

ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା ଏବଂ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭା ପରିଶେଷରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଶ୍ରୀ ଗଣେଶ ମାଳି ପ୍ରକାଶ କରିଥିଲେ ଏବଂ ଶ୍ରୀ ସଂଜୀବ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଚୌଧୁରୀ ଏବଂ ସମ୍ପାଦିକା ସୁଶ୍ରୀ ସସ୍ମିତା ପଣ୍ଡା ପରିଚାଳନା କରିଥିଲେ l