ଅନୁସନ୍ଧାନ ଭାରତ(ବ୍ୟୁର): ନୂଆଁଖାଇ ଭେଟ୍ ଘାଟ୍ ପାଇଁ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଏକକ ଅଭିନୟ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ବିଜୟ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ନୃସିଂହନାଥ ଇଣ୍ଟରପ୍ରାଇଜେସର ମାଲିକ ଶ୍ରୀ ରଘୁନାଥ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l 

ପାରଳା ସହରର ବିଭିନ୍ନ ବିଦ୍ୟାଳୟରୁ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜନିଜ କଳା ପ୍ରତିଭା ପ୍ରଦର୍ଶନ କରିଥିଲେ l କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ର, ନାଟ୍ୟକାର ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବେନ୍ଦ୍ର ଦାସ, ଯୁବ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପାଢ଼ୀ, ନୃତ୍ୟଗୁରୁ ଶୁଭେନ୍ଦୁ ସେନାପତି ପ୍ରମୁଖ ବିଚାରକ ଭାବେ ଥିବାବେଳେ ଶ୍ରୀ ଆଦର୍ଶ ଦାସ, ବାଳକୃଷ୍ଣ ପାଣିଗ୍ରାହୀ, ମାତାଙ୍ଗିନୀ ଗୁରୁ, ରାମଚନ୍ଦ୍ର ପାଢ଼ୀ, ହର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମସ୍ତ କୃତି ପ୍ରତିଯୋଗୀଙ୍କୁ ଚଳିତ ୭-୯-୨୦୨୨ ତାରିଖ ସନ୍ଧ୍ୟାରେ ଟାଉନ ହଲ ଠାରେ ହେବାକୁ ଥିବା ନୂଆଁଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯିବ l