ଶିଶୁ ଵିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା ପରଳାଖେମୁଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ସାତ୍ମିକ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିବା ବେଳେ ବିଦ୍ୟାଳୟର ସଭାପତି ଡ଼ଃ. ଶଙ୍କର ପ୍ରସାଦ ବକ୍ସି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଆଜିର ବିଜ୍ଞାନ ମେଳାରେ ମୋଟ ୯୨ ପ୍ରକଳ୍ପ, ୧୦ଟି ପ୍ରୟୋଗ (experiment), ୨୫ଟିନୂତନ ପ୍ରୟୋଗ (new experiment)ଏତତ୍ ସହିତ ଶିଶୁ ବର୍ଗ, ବାଲ୍ ବର୍ଗ, କିଶୋର ବର୍ଗରୁ ମୋଟ ୨୭ଜଣ ପ୍ରତିଯୋଗୀ ବୈଦିକ ଗଣିତ ଓ ବିଜ୍ଞାନ ପ୍ରଶ୍ନ ମଞ୍ଚରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମର ଶେଷରେ ମୁଖ୍ୟ ଅତିଥି ରୂପେ ମହେନ୍ଦ୍ରଗିରି ମ୍ୟୁନିସିପାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଶ୍ରୀ ମନୋଜ କୁମାର ପଣ୍ଡା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଏଥିରେ ଅନୁଷ୍ଠାନର ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ, ଶ୍ରୀମାନ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ l ଏହି ଅବସରରେ ଗଜପତି ଜିଲ୍ଲାର ସରକାରୀ ବିଦ୍ୟାଳୟର ୯ଜଣ ପ୍ରମୁଖ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଯୋଗ ଦେଇଥିଲେ l