ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟ ଗୁଣପୁର “ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ -୨୦୨୨”ରେ ସଂମ୍ମାନିତ….
ଅନୁସନ୍ଧାନ ଭାରତ(ବ୍ୟୁର): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରଯୋଜିତ ତଥା ଆଇ.ଆଇ.ଟି ବମ୍ବେ ଦ୍ବାରା ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକଟ ଆନୁକୂଲ୍ୟରେ ପୂର୍ବ ଭାରତର ଅଗ୍ରଣୀ ଯାନ୍ତ୍ରିକ ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଗୁଣପୁର ସ୍ଥିତ ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟକୁ ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ ୨୦୨୨ରେ ସଂମ୍ମାନିତ କରାଯାଇଅଛି l ସାରା ଦେଶରେ ଆଜାଦ୍ କା ଅମୃତ ମହୋତ୍ସବ ପାଳିତ ଅବସରରେ ଆଇଆଇଟି ବମ୍ବେରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରୋଜେକଟ ସଂଯୋଜକ ପ୍ରଫେସର କନ୍ନନ. ଏମ. ମୋଡ଼ଗଲୟା ଜି.ଆଇ.ଇ.ଟି ବିଶ୍ଵବିଦ୍ୟାଳୟର ସଂଯୋକକ ତଥା ପ୍ରଫେସର ସତ୍ୟ ନାରାୟଣ ଦାସଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଛନ୍ତି l ସ୍ପୋକେନ୍ ଟ୍ୟୁଟୋରିଆଲର ଫ୍ରି ଲେର୍ନିଙ୍ଗ ଅନ ଓପେନ ସୋର୍ସ ସଫ୍ଟୱେର ଏବଂ ମେସିଭି ଓପେନ ଅନଲାଇନ କୋର୍ସର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତାଲିମ, ପ୍ରସାର ଏବଂ ବହୁ ମାତ୍ରାରେ ସଚେତନତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଅଛି l ଏହି ସଫଳତା ନିମନ୍ତେ ବିଶ୍ଵ ବିଦ୍ୟାଳୟର ସଭାପତି ଡ଼ଃ. ସତ୍ୟ ପ୍ରକାଶ ପଣ୍ଡା, ଉପ-ସଭାପତି ଡ଼ଃ. ଚନ୍ଦ୍ର ଧ୍ୱଜ ପଣ୍ଡା, ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, କୁଳପତି ଡ଼ଃ. ଗୌତମ ଘୋଷ, ରେଜିଷ୍ଟାର ଡ଼ଃ.ଏନ.ଭି.ଜଗନ୍ନାଧା ରାଓ ପ୍ରମୁଖ ସ୍ପୋକେନ୍ ଟ୍ୟୁଟୋରିଆଲର ପ୍ରୋଜେକଟ ସଂଯୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l