ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀଙ୍କ ବଦଳି ଦାବୀରେ ମୂଖ୍ୟମନ୍ତ୍ରୀଙ୍କୁ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲା କନ୍ଧମାଳ କଳାକାର ସଂଘ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବାଲିଗୁଡା, କ.ନୂଆଗାଁ, ଫିରିଙ୍ଗିଆ, ଖଜୁରୀପଡା, ଟିକାବାଲି ବ୍ଲକ କଳା ସଂସ୍କୃତି ସଙ୍ଘ ତତଫରୁ ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀଙ୍କୁ ବଦଳି ପାଇଁ ମୂଖ୍ୟମନ୍ତ୍ରୀଙ୍କୁ ବିଡିଓଙ୍କ ଜରିଆରେ ଦାବି ଜଣାଇଛନ୍ତି l ଜିଲ୍ଲା କଳା ଓ ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀ ଜିଲ୍ଳାର ସମସ୍ତ କଳାକାର ଏବଂ ସମସ୍ତ ଉପସଭାପତିଙ୍କୁ ଅସଭ୍ୟ ଭାଷାରେ ଦୁର୍ବ୍ୟବହାର, ଜିଲ୍ଲାର ଯେକୌଣସି ଏନଜିଓମାନଙ୍କୁ ପ୍ରୋଗ୍ରାମ ଦିଆ ନ ଯାଇ କଳାକାରମାନଙ୍କୁ ପ୍ରୋଗ୍ରାମ ଦିଆ ଯାଉ, ଭଗବତ ଟୁଙ୍ଗୀ ଦିଆଯାଉ ଏବଂ କଳାକାରମାନଙ୍କୁ ତୁରନ୍ତଭତ୍ତା ପ୍ରଦାନ କରାଯାଉ l ଏହି ଭଳି ଛଅ ଦଫାଦାବୀ ଏଯାଏଁ ପୂରଣ ହୋଇନାହିଁ l ଅତି ଶୀଘ୍ର ଦାବୀ ପୂରଣ ସହିତ କଳାକାରମାନଙ୍କୁ ଅସମ୍ମାନ କରୁଥିବା ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ତୁରନ୍ତ ଜ଼ିଲ୍ଲାରୁ ବଦଳି କରାଯାଉ ବୋଲି ଦାବୀ ଜଣାଇଛନ୍ତି ଜିଲ୍ଲା କଳାକାର ସଂଘ l ସୂଚନାଯୋଗ୍ୟ ଯେ ଛଅ ଦଫା ଦାବୀନେଇ ପୂର୍ବରୁ କଳାକାରମାନେ କନ୍ଧମାଳ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଭେଟି ଦାବୀ ଜଣାଇ ଥିଲେ l ବାଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, କ.ନୂଆଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ପାତ୍ର, ଫିରିଙ୍ଗିଆ ବିଡ଼ିଓ ଖଜୁରୀପଡା ବିଡିଓ, ଟିକାବାଲି ବିଡିଓ ଦାବି ପତ୍ର ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରେରଣ କରିବେ ବୋଲି ସୂଚନା ଦେଇଛନ୍ତି l ବାଲିଗୁଡା ବ୍ଲକ କଳାକାର ସଂଘର ଉପ ସଭାପତି ପ୍ରମୋଦ ଦଣ୍ଡସେନା, ବରିଷ୍ଠ କଳାକାର ପ୍ରକାଶ କୁମାର ସାହୁ, ବିଶ୍ୱଜିତ ପାତ୍ର ଏବଂ କ.ନୂଆଗାଁ ବ୍ଲକ କଳାକାର ସଂଘର ଉପ-ସଭାପତି ତ୍ରିନାଥ ପଣ୍ଡା, ଅମିତ୍ କୁମାର ବିଷୋୟୀ, ଅଶ୍ୱିନୀ କୁମାର ପାତ୍ର, ସନ୍ୟାସି ବାଘ, କୁନି ସହୁ, ରମେଶ ପାତ୍ର, ବାଲେଶ୍ବର ବଗର୍ତ୍ତି ଉପସ୍ଥିତ ଥିଲେ l ସେହିପରି ଫିରିଙ୍ଗିଆ ବ୍ଲକରେ ଜ଼ିଲ୍ଲା କଳାଓସଂସ୍କୃତି ସଂଘର ଉପ-ସଭାପତି ଅକ୍ଷୟ କର୍ଣ୍ଣ, ବ୍ଲକ ଉପ-ସଭାପତି ଅଚ୍ୟୁତ ବେହେରାଙ୍କ ନେତୃତ୍ୱରେ ଇନ୍ଦ୍ରଜିତ କହଁର, ଶଶୀ ଭୂଷଣ କହଁର ଉପସ୍ଥିତ ଥିଲେ l ସେହିପରି ଖଜୁରୀପଡା ବ୍ଲକ ଉପ-ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱ ରେ ପାରମ୍ପରିକ ବେଶ ଭୁଷାରେ ସଜ୍ଜିତ ହୋଇ ଶତାଧିକ କଳାକାର ବିଡ଼ିଓଙ୍କୁ ଦାବିପତ୍ର ଦେଇଥିଲେ l ଟିକାବାଲି ବ୍ଲକରେ ବ୍ଲକ ଉପ ସଭାପତି ସତପଥି ପ୍ରଧାନଙ୍କ ନେତୃତ୍ୱ ରେ ଶତାଧିକ କଳାକାର ବିଶାଳ ରାଲିରେ ବାହାରି ଆଦିବାସୀ ନୃତ୍ୟ ଚାଙ୍ଗୁ ବାଦ୍ୟର ତାଳେ ତାଳେ ବ୍ଲକ ଅଫିସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ଦିଆଯାଇଥିଲା l ଅନାନ୍ୟ ବ୍ଲକରେ ପର୍ଯ୍ୟାୟ କ୍ରମେ ଦାବୀପତ୍ର ଦିଆଯିବ ବୋଲି ଜ଼ିଲ୍ଲା ସଂସ୍କୃତି ସଙ୍ଘର ଉପ-ସଭାପତି ପ୍ରକାଶ କରିଛନ୍ତି l ତୁରନ୍ତ କାର୍ଯାନୁଷ୍ଠାନ ନହେଲେ ଆଗାମୀ ଦିନରେ ପୁଣିଥରେ ବିଶାଳ କଳାକାର ସମାବେଶ ସହ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯାଳୟକୁ ଘେରାଉ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜ଼ିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଧାରଣା ଦେବାକୁ ଜ଼ିଲ୍ଲାର ସମସ୍ତ ବ୍ଲକ ଉପ-ସଭାପତି ସମେତ କଳାକାରମାନେ ଚେତାବନୀ ଦେଇଛନ୍ତି l