ସାଇସମ୍ପତି ରିଅଲଇଷ୍ଟେଟ ତରଫରୁ ଗଣେଶ ପୂଜା ଉପଲକ୍ଷେ ମାଟି ଗଣେଶ ମୂର୍ତ୍ତି ଦାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା କାଲି ଗଣେଶ ପୂଜା l ଗଣେଶ ପୂଜା ଉପଲକ୍ଷେ ସାଇସମ୍ପତି ରିଅଲ ଇଷ୍ଟେଟ ପକ୍ଷରୁ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟତଃ ପୂଜାଗୁଡିକରେ ଯେଉଁ ମୂର୍ତ୍ତି ତିଆରି ହୁଏ କୁତ୍ରିମ ରଙ୍ଗ ରେ ତିଆରି ହୁଏ ଓ ମୂର୍ତ୍ତି ଗୁଡିକୁ ପୋଖରୀରେ ବିସର୍ଜନ କରିବା ଦ୍ଵାରା ଏହି ପୋଖରୀରେ ଗାଧେଇ ଥିବା ଲୋକମାନଙ୍କୁ କୁଣ୍ଡିଆ ହୋଇଥାଏ l ଏହି କୁତ୍ରିମ ରଙ୍ଗକୁ ବିରୋଧୀ କରି ଆଜି ସାଇସମ୍ପତି ରିଅଲଏଷ୍ଟେଟ ମେନେଜମେଣ୍ଟର ମୁଖ୍ୟ ରାମକୃଷ୍ନା ଗାରୁ ଶତାଧିକ ଗଣେଶ ଭକ୍ତମାନଙ୍କୁ ବିନା ରଙ୍ଗର ମାଟି ଗଣେଶ ଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧକ୍ଷ ଗବରା ତିରୁପତି ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥାର ଜେନେରାଲ ମ୍ୟାନେଜର ଆପନା ରୋଜାମା, ମେନେଜେମେଣ୍ଟ ପି ମୋହନ ପ୍ରମୁଖ ଉପସ୍ଥିତି ଥିଲେ l ଏହି ଭଳି କାର୍ଯ୍ୟକ୍ରମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ l ଏହି ସଂସ୍ଥା ଆନ୍ଦ୍ର ପ୍ରଦେଶର ମୁଖ ବ୍ୟବସାୟ ସଂସ୍ଥା ବର୍ତ୍ତମାନ ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସିଙ୍ଗପୁର ଠାରେ ଶତାଧିକ ପ୍ଲଟକୁ ନେଇ ବ୍ୟବସାୟ ଆରମ୍ଭ କରିଥିବା ଜଣାପଡ଼ିଛି l ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟ କରିବେ ବୋଲି ମେନେଜେଜେଣ୍ଟ ଜଣାଇଛନ୍ତି l