କାଶୀନଗରରେ ସେଲଫି ପୋଇଣ୍ଟ ଉଦଘାଟନ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ……

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଓ କାଶିନଗର ଏନଏସି ସେଲଫି ପୋଇଣ୍ଟର ଶୁଭ ଭିତ୍ତି ପ୍ରସ୍ତର ମାନ୍ୟବର ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କର କମଳରେ ସ୍ଥାପନ କରା ଯାଇଛି l ଏହି କାର୍ଯ୍ୟକ୍ରମରେ ହାଇଟେକ ଅଧ୍ୟକ୍ଷ ଡ଼କ୍ଟର ତ୍ରିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟାମ୍ମା, କାଶିନଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରଣୀ, କାଶିନଗର ଏନଏସି ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ,କାଶିନଗର ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟ ଏବଂ କାଶିନଗର ଏନଏସିର ସମସ୍ତ କାଉନ୍ସିଲୋର, ବିଜୁ ଜନତା ଦଳ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ଏହି ସେଲଫି ପୋଇଣ୍ଟର ଦୀର୍ଘ ୬ ମାସ ହେବ ନିର୍ମାଣ କାର୍ଯ୍ୟ ଚାଲିଥିଲା l ଆଜି ଉଦଘାଟନ ହୋଇଥିବାରୁ ସ୍ଥାନୀୟ ଲୋକେ ଉତ୍ସାହିତ ଥିବା ଜଣାପଡିଛି l ଉଦଘାଟନ ହେବା ପରେ ବହୁ ସ୍ଥାନୀୟ ଲୋକେ ଆସି ଫୋଟ ଉଠେଇଥିବା ଦେଖିବାକୁ ମିଳିଛି l ଏହିପରି ଉର୍ଣ୍ଣତମୂଳକ କାର୍ଯ୍ୟ କରିଥିବାରୁ ସ୍ଥାନୀୟ ଲୋକେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି l