ଜେମ୍ସ ହସ୍ପିଟାଲ ତରଫରୁ ମେଗା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଆରମ୍ଭ…….

ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାଗଣାରେ ଉପଯୁକ୍ତ ଚିକିତ୍ସା ଉପଲବ୍ଧ ପାଇଁ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆରମ୍ଭ କଲା ରାଗୋଲୁ ସ୍ଥିତ ଜେମ୍ସ ବେସରକାରୀ ହସ୍ପିଟାଲ l ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି l ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଯୁବ ସଭାପତି ଶାସନମ ଲିଙ୍ଗରାଜ, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ ଓ ବିଡ଼ିଓ ଭାସ୍କର ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ଏହି ସ୍ୱାସ୍ଥ୍ୟ ଶିବିରରେ ରାଗୋଲୁ ସ୍ଥିତ ଜେମ୍ସ ହସ୍ପିଟାଲ ପକ୍ଷରୁ ମାଗଣା ଚିକିତ୍ସା ଓ ମାଗଣା ଔଷଧ ପ୍ରଦାନ କରାଯାଇଛି l ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ୫୬୦ ରୋଗୀ ପଞ୍ଜିକରଣ କରିଥିଲେ ଏବଂ ବିଭିନ୍ନ ରୋଗର ଲକ୍ଷଣ ଦେଖି ଚିକିତ୍ସା କରାଯିବା ସହ ନିୟମିତ ଭାବେ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ l ଏଥିରେ ଭେଷଜ ବିଭାଗ, ହୃଦ ରୋଗ ବିଭାଗ, ମେଘତତ୍ତ୍ୱ ବିଭାଗ, ଚର୍ମରୋଗ ଓ ସାଧାରଣ ଲକ୍ଷଣ ଦେଖି ଔଷଧ ଦିଆଯିବା ସହ ଅଧିକା କୌଣସି ଅଙ୍କଲୋଜି ଓ ସର୍ଜିକାଲ ରୋଗାକ୍ରାନ୍ତ ଥିବା ରୋଗୀଙ୍କୁ ଜେମ୍ସ ହସ୍ପିଟାଲରେ ମାଗଣା ଚିକିତ୍ସା କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଶ୍ରୀ ରାଓ l ଶ୍ରୀ ରାଓଙ୍କ ସମେତ ବିଶ୍ଵଜିତ ତ୍ରିପାଠୀ, ଲଷ୍ମୀ ପରିଚା, ମସୃମ ରଇଟ, ସମିତି ସଭ୍ୟ ଇସମତି ରଇତ, ମାଳତୀ ଲିମା, ବାବୁନା ଜେନା ଓ ଏନସ ଗମାଙ୍ଗ ସମସ୍ତ ଷ୍ଟଲ ବୁଲି ଦେଖିବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ଓ ପ୍ରକୋଷ୍ଟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l