ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଗୁଣପୁର ଅଂଚଳରୁ ସ୍ଥାନୀୟ ପୁଲିସ ସେକ୍ସ ରକେଟ ଠାବ କରିଛି l ଏହି ଅଭିଯୋଗରେ ପୁଲିସ ୫ ଜଣକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି l ଗିରଫ ଆସାମୀ ହେଲେ ଆରକେଏଏସ ଲଜରୁ ଉକମ୍ବା ଗ୍ରାମର ରାତାଲୁ ବାବୁରାଓ, ଗୁଣପୁର ନୀଳାଦ୍ରି ବିହାରରେ ରହୁଥିବା ଲଜ୍ଜ ମାଲିକ ପ୍ରଭାକର ସାବତଙ୍କୁ ଗିରଫ କରି ଥାନା କେସ ନଂ ୧୫୮ ତା ୨୭.୮.୨୨ ଏବଂ ଭାନୁ ଲଜ୍ଜରୁ ଦୁର୍ଗୀ ଗ୍ରାମର ସୁଶାନ୍ତ ପରିଛା, ଗୁଣପୁର କଟିକା ସାହିରେ ରହୁଥିବା ଭାନୁ ଲଜ୍ଜର ମାଲିକ ସନ୍ତୋଷ କୁମାର ସାହୁ, ପାଲିଆ ଢେପ ସାହିର ଭାନୁ ଲଜ୍ଜ ମ୍ୟାନେଜର ସନ୍ତୋଷ କୁମାର ମହାପାତ୍ରଙ୍କୁ ଗିରଫ କରି ଥାନା କେସ ନଂ ୧୫୯/ ୨୭.୮.୨୦୨୨ରେ ସମସ୍ତ ପାଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୦-କ (୨)/୧୦୯ ଏବଂ ଅନୈତିକ ପ୍ରତିରୋଧ ଆଇନ ୧୯୫୬ର ଧାରା ୩, ୪, ୫, ୬, ୭ କ୍ରମେ କୋର୍ଟ ଚାଲାଣ କରିଛି l ବେଲ ନାମଞ୍ଜୁର ହେବାରୁ ଗିରଫ ବ୍ୟକ୍ତିମାନଙ୍କୁ ଜେଲ ହଜାତକୁ ପଠେଇ ଦିଆଯାଇଛି l
ଏଣୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l ଗିରଫ ପ୍ରଭାକାର ସାବତ ଏହି ଲଜ୍ଜର ମାଲିକ ହୋଇଥିବା ବେଳେ ସେ ଏଥି ପୂର୍ବରୁ ଭାମିନି ସ୍ଥିତ ଆଇଆରବିଏନ ଦ୍ଵିତୀୟ ରିଜର୍ଭ ବାଟାଲିୟନରେ କାର୍ଯ୍ୟ କରୁଥିଲେ l ତେବେ କୌଣସି ଏକ କାରଣରୁ ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି l ସହରରେ ଥିବା ଲଡ଼ଜରେ ଦୀର୍ଘଦିନ ଧରି ଏଭଳି ସେକ୍ସ ରାକେଟ ଚାଲିଥିବା ନେଇ ସୁରାକ ପାଇ ପୁଲିସ ଚଢ଼ାଉ କରି ଏଭଳି ଧରପଗଡ଼ କରିଥିଲା l ସହର ମୁଖ୍ୟ ଜନବସତି ଅଞ୍ଚଳର ଆଦର୍ଶ ନଗରରେ ଥିବା ଆରକେଏଏସ ଲଡ଼ଜ ଏବଂ ଭାନୁ ଲଡଜରେ ଦୀର୍ଘ ବର୍ଷ ଧରି ସେକ୍ସ ରାକେଟ ଚାଲୁଥିଲା l ଏପରିକି କୋଭିଡ ସମୟରେ ମଧ୍ୟ ଏହି ଲଡ଼ଜରେ ସେକ୍ସ କାରବାର ଚାଲୁ ରହିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ସୂଚନା ମିଳିଛି l ବାହାର ଅଞ୍ଚଳରୁ ଝିଅ ଆଣି ଏଠାରେ ଗ୍ରାହକଙ୍କୁ ଯୋଗାଇ ଲଡ଼ଜ ମାଲିକମାନେ ବ୍ୟବସାୟ କରୁଥିବାରୁ ଏଠାରେ ପ୍ରତ୍ୟହ ଗ୍ରାହକଙ୍କ ଭିଡ଼ ଜମୁଥିବା ଆଲୋଚନା ହେଉଛି l ଆଦର୍ଶ ଥାନା ଅଧିକାରୀ ଆଶ୍ରିତା ଖାଲକୋଙ୍କ ତତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା l ଜଣେ ମହିଳା ପୋଲିସ ଅଧିକାରୀଙ୍କ ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି l