ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଭ୍ରମରବାଡ଼ି ପଞ୍ଚାୟତ ଅନ୍ତର୍ଗତ କେରୁବାଡି ଗ୍ରାମରେ ରବିବାର ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର ଯୋଗଦେଇଥିବା ବେଳ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦିକା ସିମିଲା ରାଣୀ ପଡ୍ର।, ପୁର୍ବତନ ବ୍ଲକ ସଭାପତି ମିନୁରା ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ରୁଦା ମଲ୍ଲିକ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ହୋଇଥିଲେ l ଏହି କାର୍ଯ୍ୟକ୍ରମ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କିଭଳି ସମସ୍ତ ଦ୍ରବ୍ୟ ଉପରେ ଦରଦାମ ବୃଦ୍ଧି କରିଚାଲିଛନ୍ତି ଯାହାରି ଫଳରେ ଗ୍ରାମାଞ୍ଚଳ ସ୍ତରରେ ଏହି ଅହେତୁକ ଦରଦାମ ବୃଦ୍ଧିକୁ ବିରୋଧ କରି ଜନସାଧାରଣଙ୍କୁ ସଚେତନତା କରିବାକୁ କଂଗ୍ରେସ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଦିଲ୍ଲୀ ଚାଲୋ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆହ୍ୱାନ ଦେଇଥିଲେ l ଆୟୋଜିତ କାର୍ଯ୍ୟକ୍ରମକୁ ନମିତା ପରିଡା ସଂଯୋଜନା କରିଥିବା ବେଳେ ଗ୍ରାମର ମହିଳା ଓ ପୁରୁଷମାନେ ଯୋଗଦାନ କରିଥିଲେ l