ଲଗାଣ ବର୍ଷାରେ ଭାଙ୍ଗିଲା ତିନି ବଖରା ଘର, ସହାୟତା ଦାବୀ….

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ବଖରା ଘର, ସହାୟତା ଦାବୀ….
ଅନୁସନ୍ଧାନ ଭାରତ(ବ୍ୟୁର): ସପ୍ତାହେ ଧରି ହୋଇଥିବା ଲଗାଣ ବର୍ଷାରେ କନ୍ଧମାଳ ଜ଼ିଲ୍ଲାରେ ଅନେକ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି l ଚାଷ ଜମିରେ ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ହୋଇଛି l କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ସଖିପଡା ବେହେରା ସାହିର ରାଜେନ୍ଦ୍ର ବେହେରା, ରାଧୁ ବେହେରା ସୁଜିତ ବେହେରାଙ୍କ ଝାଟି ମାଟିର ଘର ଭାଙ୍ଗି ନଷ୍ଟ ହୋଇଛି ଫଳରେ ପର ଦୁଆରେ ଆଶ୍ରୟ ନେଉଛନ୍ତି ତିନି ପରିବାର l ବର୍ତ୍ତମାନ ସୁଦ୍ଧା ତିନ ବିପନ୍ନଙ୍କ ପାଖକୁ ପ୍ରଶାସନ ପହଞ୍ଚି ନାହିଁ l ବିଭାଗୀୟ ଅଧିକାରୀ କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଯୋଗାଇ ଦେବାସହ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ବ୍ଲକ ପ୍ରଶାସନ କୁ ନିବେଦନ କରିଛନ୍ତି l