ବଂଶଧାରା ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲା କାଶୀନଗର ପାର୍ଶ୍ୱରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଂକେତ ଉର୍ଦ୍ଧ୍ବରେ ପ୍ରବାହିତ ହେଉଛି l ଏଠାରେ ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ବର୍ତ୍ତମାନ ୫୪.୮୬ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି l କାଶୀନଗର ଅଞ୍ଚଳରେ ପାଗ ମେଘୁଆ ରହି କୌଣସି ବର୍ଷା ହେଉ ନ ଥିଲେ ମଧ୍ୟ ନଦୀର ଉପର ମୁଣ୍ଡରେ ଥିବା ମହେନ୍ଦ୍ର ଗଡ, କୁତ୍ରଗଡ, ଗୁଡ଼ାରୀ ଓ ଗୁଣୁପୁର ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କାଶୀନଗର ଠାରେ ବଂଶଧାରା ନଦୀରେ ଏଭଳି ପରିସ୍ଥିତି ଦେଖାଦେଇଛି l ବ୍ଲକ୍ ପ୍ରଶାସନ ପକ୍ଷରୁ ସଂପୃକ୍ତ ପରିସ୍ଥିତି ପ୍ରତି ତୀକ୍ଷଣ ଦୃଷ୍ଟି ରଖାଯାଇଛି । ଅନ୍ୟପକ୍ଷରେ କାଶୀନଗର ଠାରେ ବଂଶଧାରା ନଦୀର ବନ୍ୟା ଜଳସ୍ତର’କୁ ନିୟନ୍ତ୍ରଣ କରିବା ପାଇଁ କାଶୀନଗର ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ଆନ୍ଧ୍ର’ର ହିରମଣ୍ଡଳମ ସ୍ଥିତ ଗୋଟା ଵ୍ୟାରେଜର ୨୨ ଟି ଗେଟ୍ ମଧ୍ୟରୁ ୧୭ ଟି ଗେଟକୁ ଦଶମିକ ୭ ମିଟର ଉଚ୍ଚତା’ରେ ଖୋଲି ଦିଆଯାଇଛି । ସେହି ଗେଟ୍ ଦେଇ ପ୍ରତି ସେକେଣ୍ଡ’ରେ ୪୫ ହଜାର କ୍ୟୁସେକ ଜଳ ବାହାରକୁ ଛଡ଼ା ଯାଉଛି ବୋଲି ଗୋଟା ବ୍ୟାରେକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି l ବଂଶଧାରା ନଦୀ ଜଳ ସ୍ରୋତ ପ୍ରଭାବରେ ନିକଟସ୍ତ ପମ୍ଫ ହାଉସ ଓ କେତେକ ଚାଷଜମି ଜଳ ମଗ୍ନ ହୋଇ ରହିଛି ।