ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ଓ ପଡ଼ାଙ୍ଗି ଗ୍ରାମପଞ୍ଚାୟତକୁ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲ୍ଲୀପ କହଁର ସ୍ଥାନୀୟ ସରପଞ୍ଚଙ୍କ ସହ ଗାଁକୁ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି l ସେହିପରି ପାଡ଼ାଙ୍ଗି ଗ୍ରାମପଞ୍ଚାୟତ ରେ ମଧ୍ୟ ଆଜି ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ପ୍ରଧାନ, ସମିତି ସଭ୍ୟା ଶ୍ରୀମତୀ ତପସ୍ୱିନୀ ବେହେରା ଏବଂ ବିଜେଡ଼ି ବ୍ଲକ ସଭାପତି ଶ୍ରୀ ରଦନ ମଲ୍ଲିକ ଘର ଘର ବୁଲି ବର୍ଷାରେ ବାସଗୃହ ଭାଙ୍ଗି ଯାଇଥିବା ଲୋକଙ୍କୁ ସାକ୍ଷାତ କରିବା ସହ ସରକାରୀ ଆର୍ଥିକ ଯଥା ସମ୍ଭବ ଯୋଗାଇ ଦେବା ଉପରେ ଆଲୋଚନା କରିଥିଲେ l ଲଗୁଚାପ ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ l କାହାର ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, କାହାର ଚୁଲି ଜାଳିବା ପାଇଁ କାଠ ନାହିଁ, ସାଧାରଣ ଗରିବ ପରିବାରଙ୍କ ପାଇଁ ବର୍ଷା ଦାଉସାଜିଛି l ଲଗୁଚାପ ଲଗାଣ ବର୍ଷା ଯୋଗୁଁ କଟିମାହା ଗ୍ରାମ ଘର କାନ୍ଥ ଭୁଶୁଡିବା ପରେ ପରିବାର ଚଳିବା ପାଇଁ କଷ୍ଟ ସାଧ୍ୟ ହୋଇଥିବା ପରିବାର ସଦସ୍ୟ ବ୍ଲକ ଅଧକ୍ଷଙ୍କୁ କହିଛନ୍ତି l