ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଅନେକ ଲୋକଙ୍କ ବାସଗୃହର କାନ୍ଥ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି l ଲଗୁଚାପ ଲଗାଣ ବର୍ଷା ହେତୁ ଜନଜୀବନ ଅସ୍ତବ୍ୟସ୍ତ l ଅନେକ ଲୋକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନ ଥିବା ବେଳେ କାହାର ଚୁଲି ଜାଳିବା ପାଇଁ କାଠ ନାହିଁ l ଲଘୁଚାପ ଜନିତ ବର୍ଷା ସାଧାରଣ ଗରିବ ପରିବାରଙ୍କ ପାଇଁ ଦାଉସାଜିଛି l ରାତ୍ର ଠାରୁ ଲଗାଣ ବର୍ଷା ଯୋଗୁଁ ଛତିଝର ଗ୍ରାମର ସୁଶାନ୍ତ ଦେହୁରିଙ୍କ ଘର କାନ୍ଥ ଭୁଶୁଡିବା ଦ୍ବାରା ପରିବାର ଚଳିବା ପାଇଁ କଷ୍ଟ ସାଧ୍ୟ ହେଉଥିବା ପରିବାର କହିଛନ୍ତି l ଟିକାବାଲି ଗଣମାଧ୍ୟମ ପ୍ରତିନିଧି ଏହି ବିଷୟରେ ପ୍ରଶାସନକୁ ଅବଗତ କଲାପରେ ଯଥା ସମ୍ଭବ ସ୍ଥାନୀୟ ତହସିଲଦାର ପଲଥିନ ସହାୟତା ଯୋଗାଇ ଦେଇଥିଲେ l ଲଗାଣ ବର୍ଷା ହେବାରୁ ଟିକାବାଲି ତହସିଲଦାର, ଅଗ୍ନିଶମ ବିଭାଗ, ପ୍ରଶାସନ ତତ୍ପରତା ସହିତ ପରିସ୍ଥିତି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି l ଆଜି ସକାଳ ସମୟରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗୃହ ମଧ୍ୟରେ ପାଣି ପସିବାରୁ ଘର ଲୋକ ନାହଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳିଛି l ସମସ୍ୟାକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଖବର ପାଇଲା ପରେ ଟିକାବାଲି ତହସିଲଦାର ଶ୍ରୀ ବିସକେଶନ ପ୍ରଧାନ, ଅଗ୍ନିଶମ ଭିବାଗର ଅଧିକାରୀ ଶ୍ରୀ ପ୍ରଧାନ ଉକ୍ତ ସ୍ଥାନକୁ ପରିଦର୍ଶନ କରି ବର୍ଷା ଜଳ ଆଗାମୀ ଦିନରେ ଟିକାବାଲି ଅଞ୍ଚଳରେ ସଠିକ ଭାବରେ ନିଷ୍କାସନ ହୋଇପାରିବ ସେ ନେଇ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି l