ଗୁଣପୁର ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ…….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁବାର ଦିନ ଗୁଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଯଥା ରୀତିରେ ପାଳନ  ହୋଇଯାଇଛି l ଜଗତ୍ ଗୁରୁ ଲୀଳାମୟ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜନ, ଝୁଲଣ ଓ ଦଧିହାଣ୍ଡି ଭଗ୍ନ କାର୍ଯ୍ୟ ମହାଆଡମ୍ଵରରେ ଅନୁଷ୍ଠିତ ହୋଇଥିଲା l ପ୍ରଧାନ ଆଚାର୍ଯ୍ୟ  ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀଙ୍କ ତତ୍ତ୍ଵାବଧାନ  ତଥା ସଂପାଦକ ଶ୍ରୀ ସୋମନାଥ ଗୌଡ, ସଭାପତି ଶ୍ରୀ ବି ଗଜପତି ରାଓ, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ, ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ଅନୁଷ୍ଠାନର ଉପ-ସଭାପତି ଶ୍ରୀ  ମୀନକେତନ ପଣ୍ଡା ଓ ତାଙ୍କ ସହ ଧର୍ମିଣୀ ପୂଜାରେ କର୍ତ୍ତା ଭାବେ ଉପବେସନ କରିଥିଲେ l ଶିଶୁ ପ୍ରାରମ୍ଭ ଠାରୁ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନେ ଶ୍ରକୃଷ୍ଣ, ବଳଦେବ, ରାଧା ଯଶୋଦା ଇତ୍ଯାଦି ବେଶରେ ସଜ୍ଜିତ ହୋଇ ରାଧାକୃଷ୍ଣ ମନ୍ଦିର ଦର୍ଶନ କରି ସ୍ଥାନୀୟ ଗ୍ରାମଦେବୀ ମନ୍ଦିର ଠାରୁ  ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଶୋଭା ଯାତ୍ରାରେ ବାହାରିଥିଲେ l ଵେଶଧାରୀ ସମସ୍ତ  ଶିଶୁଙ୍କୁ  ପୁରସ୍କୃତ କରାଯାଇଥିଲା l ୧ମରୁ ୧୦ମ ଶ୍ରେଣୀ ଶିଶୁମାନଙ୍କ ମଧ୍ୟରେ ଦଳଗତ ନୃତ୍ୟ  ଅନୁଷ୍ଠିତ ହୋଇଥିଲା ଯାହା କି ବେଶ୍ ଚିତ୍ତାକର୍ଷକ ହୋଇଥିଲା l