ଅନୁସନ୍ଧାନ ଭାରତ(ବ୍ୟୁର): ପାରଳାଖେମୁଣ୍ଡି ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନେତୃତ୍ୱରେ ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ସମେତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ଓ ଗୁରୂମା ଗୁରୁଜୀମାନଙ୍କୁ ନେଇ ଏକ ବିରାଟ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ତ୍ରିରଙ୍ଗା ପଦଯାତ୍ରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ବାହାରି ଗାନ୍ଧୀ ଛକ, ପ୍ୟାଲେସ , ବଡ଼ଦାଣ୍ଡ , ବଜାର ଛକ , ପୁରୁଣା ବସଷ୍ଟାଣ୍ଡ , ବଡ଼ ବ୍ରାହ୍ମଣ ସାହି ପ୍ରଭୃତି ସ୍ଥାନ ପରିକ୍ରମା କରି ଶେଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପହଞ୍ଚିଥିଲା l ଏଥିରେ ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ସହ ଜାତୀୟ ପତାକା ଧରି ସମସ୍ତେ ସମଗ୍ର ସହର ପରିକ୍ରମା କରିବା ସହ “ଭାରତ ମାତାକୀ ଜୟ” , “ବନ୍ଦେ ମାତରଂ” ଏବଂ “ଜୟ ଶ୍ରୀ ରାମ” ପ୍ରଭୃତି ସ୍ଲୋଗାନ ଦେଇଥିଲେ l କାର୍ଯ୍ୟକ୍ରମ ସମ୍ପର୍କରେ ଏବିଭିପିର ଗଜପତି ଜିଲ୍ଲା ପ୍ରମୁଖ ଶ୍ରୀ ବାଳକୃଷ୍ଣ ଜେନା ଏବଂ ଜିଲ୍ଲା ସହ-ପ୍ରମୁଖ ଶ୍ରୀ ସମୀର ରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ , ଅମୃତ ମହୋତ୍ସବ ଅବସରରେ କଲେଜ ଓ ସ୍କୁଲ ବିଦ୍ୟାର୍ଥୀମାନଙ୍କୁ ନେଇ ଏହି ତ୍ରିରଙ୍ଗା ପଦଯାତ୍ରା କରାଯାଉଛି l ତ୍ରିରଙ୍ଗା ପଦଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ଦେଶପ୍ରିତିର ବାର୍ତ୍ତା ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଏକତ୍ରିତ କରି ସେମାନଙ୍କ ମଧ୍ୟରେ କିଭଳି ଦେଶପ୍ରିତିର ଚେତନା ଭାବ ଜାଗ୍ରତ କରିହେବ, ସେହିଁ ମହତ୍ୱ ଉଦ୍ଦେଶ୍ୟ ନେଇ ଏବିଭିପିର ଏହି ୧୦୦ ଫୁଟ ଲମ୍ବର ତ୍ରିରଙ୍ଗା ପଦଯାତ୍ରାର ପ୍ରୟାସ କରିଛି ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରୀ ଲୋକନାଥ ମିଶ୍ର, ଶ୍ରୀ ହରି ମୋହନ ପଟ୍ଟନାୟକ, ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ସମେତ ଶତାଧିକ ସଂଖ୍ୟାରେ ଏବିଭିପି, ବଜରଙ୍ଗ ଦଳ ଓ ବିଶ୍ବହିନ୍ଦୁ ପରିଷଦର କର୍ମକର୍ତ୍ତାଙ୍କ ସମେତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବହୁ ଛାତ୍ରଛାତ୍ରୀ ଓ ଗୁରୁମା ଗୁରୁଜୀମାନେ ସାମିଲ ଥିଲେ l